ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ । ଆଜି ବିଧାନସଭାରେ ଦାରିଦ୍ର୍ୟକୁ ନେଇ ମୁଲତବୀ ପ୍ରସଙ୍ଗରେ ନିଜର ରତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ କହିଛନ୍ତି ଯେ, ୨୦୧୧-୧୨ରେ ଦାରିଦ୍ର୍ୟ ଅନୁପାତ ୩୨.୫୯ ପ୍ରତିଶତ ହ୍ରାସ ପାଇଛି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୨୦ ବର୍ଷ ଭିତରେ ରାଜ୍ୟ ଅଗ୍ରଗତି କରିଛି । ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଥିବା ଅନୁପାତ ୨୪.୬୧% । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ । ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଜନସଂଖ୍ୟାରେ ହ୍ରାସ ପାଇଛି । ୨୦୦୪-୦୫ରେ ୨୨୧.୬୦ ଲକ୍ଷ, ୨୦୧୧-୧୨ରେ ୧୮୮.୫୩ ଲକ୍ଷ । ଏହି ସମୟ ଭିତରେ ଦାରିଦ୍ର୍ୟ ସୀମାରେଖା ଉପରକୁ ୮୩.୦୭ଲକ୍ଷ ଉଠିଛନ୍ତି । ୨୦୧୫ ମସିହା ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ମଧ୍ୟ ୮.୦୫% ଅଭିବୃଦ୍ଧି ହୋଇଛି । ଓଡ଼ିଶା ଏବେ ଏକ ବଳକା ରାଜ୍ୟଭାବେ ପରିଗଣିତ ହୋଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ