ସର୍ବକ୍ଷମା ପୁନଃବିଚାର ରୁଲିଂ

ଭୁବନେଶ୍ୱର: ଆଜି ବିଧାନସଭାରେ ସର୍ବକ୍ଷମା ଯୋଜନାର ଡେଡଲାଇନ ବଢାଇବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି । ବିଧାନସଭାରେ ଶ୍ରୀ ମିଶ୍ରଙ୍କ ଦାବିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ରୁଲିଂ ଦେଇଛନ୍ତି । ଏହା ଉପରେ ପୁନଃବିଚାର କରିବାକୁ ନଗର ଉନ୍ନୟନ ବିଭାଗକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି । ୧୫ ଦିନ ବଢାଯିବା ପରେ ଆଜି ସର୍ବକ୍ଷମା ଯୋଜନାର ଡେଡଲାଇନ ସରୁଛି । ପ୍ରକାଶ ଯେ, ଆଉ ସର୍ବକ୍ଷମା ଅବଧି ବଢିବ ନାହିଁ ବୋଲି ଆଜି ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ । ଆଉ ବଢିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ । ଯେଉଁମାନେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି । ଖିଲାପୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଥମେ ଫେବ୍ରୁଆରୀ ୫ ଓ ପରେ ଆଉ ୧୫ ଦିନ ଅବଧି ବଢିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ