ନିର୍ଭୟା ଦୋଷୀଙ୍କ ନୂଆ କୌଶଳ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଷୀମାନଙ୍କୁ ସମୁହ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ଦୋଷୀ ବିନୟ ଶର୍ମା ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗୁରୁବାର ତା’ର ଓକିଲ ଆଉ ଏକ ନୂଆ କୌଶଳ ଆପଣାଇଛନ୍ତି। ଫାଶୀକୁ ପୁଣି ବିଳମ୍ବିତ କରିବା ଉଦ୍ଦେଶ୍ୟରେ ବିନୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ପିଟିଶନ ଦାଖଲ କରାଯାଇଛି। ବିନୟର ଓକିଲ ଏ.ପି. ସିଂହ କହିଛନ୍ତି, ସେ ବିନୟ ପକ୍ଷରୁ ଗୁରୁବାର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପିଟିଶନ ଦାଖଲ କରିଛନ୍ତି।
ଏଥିରେ ସେ ଦର୍ଶାଇଛନ୍ତି ଯେ, ଯେତେବେଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କ ନିକଟକୁ ବିନୟର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲେ, ସେତେବେଳେ ସେ ମନ୍ତ୍ରୀ ପଦରେ ନ ଥିଲେ କି ବିଧାୟକ ବି ନ ଥିଲେ। ଜୈନ ଜାନୁୟାରୀ ୨୯ରେ ଏହି ଆବେଦନ ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ସେତେବେଳେ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇସାରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ