କିନାମସ୍ଥିତ ଚକାଡୋଳା ଭାଗବତ ଟୁଙ୍ଗିର ଦ୍ୱାଦଶ ବାର୍ଷିକୋତ୍ସବ ଅନୁଷ୍ଠିତ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଆଦିତ୍ୟ ବାହିନୀ ଶାଖା ଦ୍ବାରା ଗଠିତ, ଚକାଡୋଳା ଭାଗବତ ଟୁଙ୍ଗି,ପୁରୁଣାସାହି କିନାମର ଦ୍ୱାଦଶ ବାର୍ଷିକୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ କାଳରେ ଗ୍ରାମ ସଫେଇ କରାଯାଇଥିଲା । ଚକାଡୋଳା ଭାଗବତ ଟୁଙ୍ଗିର ସଦସ୍ୟ ମାନଙ୍କ ଦ୍ୱାରା ତଥା ବିଭିନ୍ନ ଭାଗବତ ଟୁଙ୍ଗିର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ କରିଥିଲେ । ପୁରହିତ ସୁଦାମ ଚରଣ ରଥଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ । ଭାଗବତ ପ୍ରଚାରକ ବଂଶୀଧର ନନ୍ଦଙ୍କ ଦ୍ୱାରା ଭାଗବତ ମହାପୁରାଣ ପଠନ କରିଥିଲେ। ଆଦିତ୍ୟ ବାହିନୀ ଶାଖା ସମ୍ପାଦକ ପି.ସୁଧାକର ପାତ୍ର ଆଜିର ସମୟରେ ଭାଗବତ ପାଠର ମହତ୍ତ୍ୱ ତଥା ସୁସ୍ଥ ସମାଜ ଗଠନରେ ସାମାଜିକ ଏକତା, ନିଶା ନିବାରଣ,ନାରୀ ଜାଗରଣ ଓ ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ପରେ ସଭାପତି ଟଙ୍କଧର ଗାଜିବିଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ପରିବାର ଗଠନର ମାର୍ଗ ଦେଖାଇଥିଲେ । ମେରିଙ୍ଗ ଭାଗବତ ଟୁଙ୍ଗିର ବରିଷ୍ଠ ସଦସ୍ୟ ନିଜ ଅଭିଜ୍ଞତାରୁ କହିଛନ୍ତି ଯେ ସେ ପ୍ରଥମେ ରାମାୟଣ ତାପରେ ଗୀତା ଓ ତତ୍ପରେ ବିଭିନ୍ନ ପୁରାଣର ଅଧ୍ୟୟନ କରିଥିଲେ। ପରିଶେଷରେ ମୁନିଗୁଡା ଆଦିତ୍ୟ ବାହିନୀ ଶାଖାର ସଭାପତି ଟଙ୍କଧର ଗାଜିବିଲି,ସମ୍ପାଦକ ପି.ସୁଧାକର ପାତ୍ର, ପ୍ରଚାରକ ବଂଶୀଧର ନନ୍ଦଙ୍କ ସମେତ ଏଅଞ୍ଚଳର କୁଳଗୁରୁ ଦୁର୍ଯ୍ୟୋଧନ ଦାସଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଶ୍ରୀଭାଗବତ ମହାପୁରାଣ ପାଠ କରୁଛନ୍ତି ଏବଂ ଭକ୍ତମାନଙ୍କୁ ଜ୍ଞାନ ବିତରଣ କରି ଅମୀୟ ଶାନ୍ତି ପାଉଛନ୍ତି। ଏଣୁ ସେସମସ୍ତଙ୍କୁ ଭାଗବତ ପ୍ରେମୀ ହେବା ପାଇଁ ଅନୁଗ୍ରହ କରିଥିଲେ । ପରିଶେଷରେ ଚକାଡୋଳା ଭାଗବତ ଟୁଙ୍ଗି ସଭାପତି ଭାସ୍କର ଧାଙ୍ଗଡାମାଝି ବିଭିନ୍ନ ଭାଗବତ ଟୁଙ୍ଗିରୁ ଆସିଥିବା କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ, ମୁନିଗୁଡା ଆଦିତ୍ୟ ବାହିନୀ ଶାଖାର ନିଃସ୍ୱାର୍ଥପର ସେବା ପାଇଁ ଭୂୟସୀ ପ୍ରଶଂସା କରିଥିଲେ ତତ୍ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।


