ଶାନ୍ତିଶକ୍ତି ଭବନରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁ ସ୍ଥିତ ପାଣ୍ଡବ ଭବନ ଓ ବ୍ରହ୍ମପୁର ଗିରିରୋଡ ଶାନ୍ତିକୁଣ୍ଡ ସ୍ଥିତ ଆଞ୍ଚଳିକ ସେବାକେନ୍ଦ୍ରର ପରାମର୍ଶକ୍ରମେ ୯୦ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ଉପଲକ୍ଷେ ଆସିକା ଶାନ୍ତିଶକ୍ତି ଭବନରେ ତ୍ରିଦିବସୀୟ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ସଂଯୋଜନାରେ ଆଧ୍ୟାତ୍ମିକ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ଏହି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗାଚରଣ ପଣ୍ଡା ଏବଂ ଚିନ୍ମୟ ମିଶନ୍ ଆସିକାର ସକ୍ରିୟ ସଦସ୍ୟ ଲକ୍ଷ୍ମୀନାରାୟଣ ଗୁପ୍ତା ଯୋଗଦେଇ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନର ବହୁ ଆଧ୍ୟାତ୍ମିକ ରହସ୍ୟ ଉପରେ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଚିନ୍ତାମୁକ୍ତ ଜୀବନଶୈଳୀ ପାଇଁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ସମୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ଆଧ୍ୟାତ୍ମିକ ପ୍ରଦର୍ଶନୀ ପଡିଆରେ ୯୦ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ଉପଲକ୍ଷେ ଆରମ୍ଭ ହୋଇଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ କିମ୍ବଦନ୍ତୀର ମହାତ୍ମ୍ୟ ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ଏହି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, କାଳୁ, ନିରଞ୍ଜନ, ବିଶିକେଶନ, ସୁନିଲ୍, ବୁଲୁ, ବଳରାମ, ଚରଣ, ଯୋଗୀ, ରୋହିତ, ସଚ୍ଚିନ୍, ନିରଞ୍ଜନ, ରାଧାଶ୍ୟାମ, ମଙ୍ଗୁଳୁ, କାହ୍ନୁ, ନାଗେଶ୍ୱର, ମନୋଜ, ରାମପ୍ରସାଦ, ଲଡୁକିଶୋର, ସରୋଜ, ବ୍ରହ୍ମାକୁମାରୀ ଭାଗ୍ୟଲତା, ନିଳିମା, ଜ୍ୟୋତି, ସୁଜ୍ଞାନୀ, ଆସିନା, ଝରଣା, ମମତା, ନିଶା, ଧରଣୀ, ନର୍ମଦା, କସ୍ତୁରୀ, ନିଶି, ନିରୁ, ଅନୁଙ୍କ ସମେତ ସମସ୍ତ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ସକ୍ରିୟ ସହଯୋଗ କରୁଥିଲା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ, ସଚେତନ ନାଗରିକ ଯୋଗଦେଉଥିବା ଦେଖିବାକୁ ମିଳିଛି ।


