ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ୧୩ ଶହ ଯୋଗ୍ୟ ହିତାଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଦୁର୍ଗମ ଗୁମ୍ମା ବ୍ଲକରେ 13 ଶହରୁ ଅଧିକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି. ମାତ୍ର ଗୋଟିଏ ବ୍ଲକରେ 13 ଶହରୁ ଉର୍ଦ୍ଧ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅନୁଧ୍ୟାନରୁ ଜଣା ପଡିଛି. ହେଲେ ସମଗ୍ର ଗଜପତି ଜିଲ୍ଲାରେ ଏହାର ସଂଖ୍ୟା 10 ଗୁଣରୁ ନିଶ୍ଚିତ ଅଧିକ ହୋଇଥିବ. ଦୁଃଖର ବିଷୟ ଯେ ରାଜ୍ୟରେ ନୂତନ ସରକାର ଆସିବା ପର ଠାରୁ ସାମାଜିକ ସୁରକ୍ଷା ବିଭାଗକୁ ଅର୍ଥ ମଞ୍ଜୁରୀ ହୋଇ ନଥିବା ଏବେ ଚିନ୍ତାର ବିଷୟ ପାଲଟିଛି।ଯାହାଫଳରେ ଯୋଗ୍ୟ ହିତାଧିକାରୀ ଆବେଦନ କରି ଏକ ବର୍ଷ ବିତିଯିବା ପରେ ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।ସୂଚନା ମୁତାବକ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ୧୩୩୬ ଯୋଗ୍ୟ ଆବେଦନକାରୀ ଓ ୮୦ ପ୍ରତିଶତ ରୁ ଅଧିକ ୨ଶହ ଜଣ ବୃଦ୍ଧବୃଦ୍ଧା,ବିକଳାଙ୍ଗ ଓ ନିରାଶ୍ରୟ ୩୫୦୦ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ଥିବା ଫଳରେ ହତାଶ ବ୍ୟକ୍ତ କରିଛନ୍ତି ଆବେଦନକାରୀ ସ୍ୱାଧୀନ ପାଣି,ତାଲବିନି ଶବର,ସୁନେମି ଶବର,ଇସ୍ରାଇଲ ଗମାଙ୍ଗ,ତ୍ରିବେଣୀ ଶବର,ଦ୍ରୁମନ ଦଳାଇ,ସୁନିତା ଦଳାଇ,ସାବିତ୍ରୀ ପାଣି,ଗୁସେନି କାର୍ଜି,ତୁଲେସି ଭୂୟାଁ ଓ ନିବାରୁ ବଡ଼ ରଈତ। ଅହେତୁକ ବିଳମ୍ବ ଯୋଗୁଁ ଦୁଃଖଭୋରା କଣ୍ଟରେ ଗୁମ୍ମା ବ୍ଲକରେ ଭତ୍ତାକୁ ଆଉ ଭରସା ନାହିଁ ବୋଲି କହିଛନ୍ତି ଆବେଦନକାରୀ ମାନେ।ତେବେ ସରକାର ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଅସହାୟ ଯୋଗ୍ୟ ଭତ୍ତା ହିତାଧିକାରୀଙ୍କ ଦୁଃଖ ଦୂର କରିବାକୁ ଦାବି କରିଛନ୍ତି ଗୁମ୍ମା ବ୍ଲକର ଅଞ୍ଚଳବାସୀ।ଏନେଇ ଭତ୍ତା ହିତାଧିକାରୀଙ୍କ ମୃତ୍ୟୁ ସଂଖ୍ୟା ଖାଲି ପଡ଼ିଲେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ।


