କଲେଜ ଛାତ୍ରୀ ଅପହରଣ ମାମଲାସ୍ୱଇଚ୍ଛାରେ ଯାଇଥିବା ନେଇ କହିଲେ ଛାତ୍ରୀ

ହିଂଜିଳିକାଟୁ,(ଶେଷଦେବ ସାହୁ): ଗତ ୧୫ ତାରିଖ ମଧ୍ୟାହ୍ନରେ ଜଣେ ଯୁକ୍ତ ତିନି ଛାତ୍ରୀ ପରୀକ୍ଷା ଦେବାକୁ କଲେଜକୁ ଆସିଥିବା ବେଳେ କଲେଜ ଗେଟ ନିକଟରୁ ତାଙ୍କୁ ବଳ ପୂର୍ବକ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଗୁରୁବାର ଅପହରଣ ହୋଇଥିବା ଅଭିଯୋଗ ହୋଇଥିବା ଛାତ୍ରୀ ଜଣକ ହିଂଜିଳି ଥାନାରେ ହାଜର ହୋଇ ସେ ସ୍ୱଇଚ୍ଛାରେ ଯାଇଥିବା ପ୍ରକାଶ କରିଛନ୍ତି ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି । ପରେ ଛାତ୍ରୀଙ୍କୁ ହିଂଜିଳିକାଟୁ କୋର୍ଟରେ ହାଜର କରାଯାଇ ବିଚାରପତିଙ୍କ ସାମ୍ନାରେ ତାଙ୍କର ବୟାନ ରେକର୍ଡ଼ କରାଯାଇଛି । ପ୍ରକାଶ ଯେ, ଏହି ଅପହରଣ ମାମଲାରେ ବିଜେଡ଼ି ନଗର ଛାତ୍ର ସଭାପତି ସବୀର କୁମାର ପଣ୍ଡା ଓରଫ ରିଙ୍କୁ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ଆସିକା ଅଂଚଳର ଛାତ୍ରୀଙ୍କ ବାପା ପଂଚାନନ ବେହେରା ଉକ୍ତଦିନ ହିଂଜିଳି ଥାନାରେ ତାଙ୍କର ଝିଅଙ୍କୁ ରିଙ୍କୁ ବଳ ପୂର୍ବକ ଅପହରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଥାନାରେ ୫୪/୨୦ରେ ମାମଲା ହୋଇଥିଲା । ଏହି ଘଟଣା ପରେ କଲେଜ ଛାତ୍ରଛାତ୍ରୀ , ଅଭିଭାବକ ଓ ସ୍ଥାନୀୟ ଅଂଚଳରେ ତୀବ୍ର ଆଲୋଡ଼ନ ହୋଇଥିଲା । ଘଟଣାର ପରେପରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଏକ ପ୍ରେସ ବିଜ୍ଞପ୍ତିରେ ସବୀରଙ୍କୁ ଦଳୀୟ ଶାନ୍ତି ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡ଼ି ଦଳର ପ୍ରାଥିମକ ସଦସ୍ୟ ଓ ନଗର ଛାତ୍ର ବିଜେଡ଼ି ସଭାପତି ପଦବୀରୁ ବହିଷ୍କାର କରିଥିଲେ । ହିଂଜିଳିକାଟୁ କଲେଜ ସାମ୍ନାରୁ ଛାତ୍ରୀ ଅପହରଣ ମାମଲାର ଗୁରୁବାର ଛାତ୍ରୀଙ୍କ ଥାନାରେ ପହଂଚିବା ପରେ ଘଟଣା ନୂଆର୍ ମୋଡ ନେଇଛି ଓ ପୁଣି ଏହି ଘଟଣାକୁ ନେଇ ନୁଆଁ ଚର୍ଚ୍ଚା ଆରମ୍ଭ ହୋଇଛି । ଛାତ୍ରୀ ଜଣକ କୋର୍ଟରରେ ନିଜ ସ୍ୱାମୀଙ୍କ ପାଖକୁ ଼ସ୍ୱଇଚ୍ଛାରେ ଯାଇଥିବା ନେଇ ବୟାନ ଦେଇଥିବା ପୋଲିସ ଆଇଆଇସି ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ