ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ରବି ଦାହିୟାଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ରେସ୍‌ଲର୍‌ ରବି ଦାହିୟା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୫୭ କିଗ୍ରା ବର୍ଗରେ ଦାହିୟା ତାଜାକିସ୍ତାନର ହିକମାତୁଲ୍ଲୋ ବୋହିଦୋଭଙ୍କୁ ୧୦-୦ରେ ପରାସ୍ତ କରି ବିଜୟୀ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲରେ ଉଭୟ ଖେଳାଳି ସମାନ ପଏଣ୍ଟ ହାସଲ କରିଥିବା ବେଳେ ଟେକ୍ନିକାଲ ସୁପିରିଅରିଟୀରେ ଦାହିୟା ବିଜୟୀ ହୋଇଥିଲେ । ଦାହିୟାଙ୍କ ବ୍ୟତିତ ଅନ୍ୟ ୪ ଜଣ ଭାରତୀୟ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି । ବଜରଙ୍ଗ ପୁନିଆ (୬୫ କିଗ୍ରା), ଗୌରବ ବଲିୟାଁ (୭୯ କିଗ୍ରା) ଏବଂ ସତ୍ୟବ୍ରତ କାଡିୟାନ୍‌(୯୦ କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ