ରୋଜର ଫେଡେରର୍ଙ୍କ ଅଭିଯାନ ଶେଷକରି

ମାଦ୍ରିଦ୍ (ଏଜେନ୍ସି): ଅଷ୍ଟ୍ରିଆର କେଡୋମିନିକ୍ ଥିଏମ୍ ୨ ମ୍ୟାଚ୍ ପଏଣ୍ଟ ବଞ୍ଚାଇ ଖ୍ୟାତନାମା ରୋଜର ଫେଡେରର୍ଙ୍କ ଅଭିଯାନ ଶେଷକରି ମାଦ୍ରିଦ୍ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । କ୍ୱାର୍ଟର୍-ଫାଇନାଲ୍ରେ ଥିଏମ୍ ୩-୬, ୭-୬, ୬-୪ ସେଟ୍ରେ ବିଜୟ ହାସଲ କରିଥିଲେ । ତିନି ବର୍ଷ ପରେ କ୍ଲେ-କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା ୩୭ବର୍ଷୀୟ ଫେଡେରର୍ କ୍ଲେ-କୋର୍ଟରେ ୨୦୧୬ରେ ନିଜ ଶେଷ ମ୍ୟାଚ୍ରେ ମଧ୍ୟ ଥିଏମ୍ଙ୍କ ଠାରୁ ପରାଜିତ ହୋଇଥିଲେ ।
ମାରିନ୍ ସିଲିକ୍ ଓହରିଯିବା ଯୋଗୁଁ ଟପ୍ସିଡ୍ ନୋଭାକ୍ ଜୋକୋଭିକ୍ ଅନ୍ତିମ-୪ରେ ସ୍ଥାନ ପାଇଛନ୍ତି । ସର୍ବୀୟ ତାରକା ପରବର୍ତ୍ତୀ ମୁକାବିଲାରେ ଥିଏମ୍ଙ୍କୁ ଭେଟିବେ । ଦ୍ୱିତୀୟ ସିଡ୍ ରାଫେଲ୍ ମାଡ଼ାଲ୍ ଶୁକ୍ରବାର ଷ୍ଟାନ୍ ୱାରିଙ୍କାଙ୍କୁ ୬-୧, ୬-୨ରେ ହରାଇ ୧୧ତମ ମାଦ୍ରିଦ୍ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ସେ ପରବର୍ତ୍ତୀ ମୁକାବିଲାରେ ଷ୍ଟେଫାନୋସ୍ ସିଟସିପାସ୍ଙ୍କୁ ଭେଟିବେ, ଯିଏକି ଆଲେକ୍ଜାଣ୍ଡର ଜ୍ୱେରେଭଙ୍କୁ ୭-୫, ୩-୬, ୬-୨ରେ ମାତ୍ ଦେଇଥିଲେ ।
ମହିଳା ବର୍ଗରେ ରୋମାନିଆର ସିମୋନା ହାଲେପ୍ ୬-୨, ୬-୭, ୬-୦ରେ ବେଲିଣ୍ଡା ବେନ୍ସିକ୍ଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଯଦି ସେ ମୁକୁଟ ଜିତିବାରେ ସଫଳ ହୁଅନ୍ତି, ତେବେ ବିଶ୍ୱ ମାନ୍ୟତାରେ ପୁଣିଥରେ ଏକ ନମ୍ବର ସ୍ଥାନରେ ପହଞ୍ଚିଯିବେ । ଏବେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ହାଲେପ ମୁକୁଟ ମୁକାବିଲାରେ ସପ୍ତମ ସିଡ୍ କିକୀ ବର୍ଟନ୍ସଙ୍କୁ ଭେଟିବେ । କିକୀ ସେମିରେ ୨୦୧୭ ୟୁଏସ୍ ଓପନ୍ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ୬-୨, ୭-୫ରେ ହରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ