ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଆବିର୍ଭାବ ମହୋତ୍ସବ
ଛତ୍ରପୁର,(ଓ୍ବାଇଏନଏସ) : ଠାକୁର ଅନୁକୂଳଚନ୍ଦ୍ରଙ୍କ ପୂଣ୍ୟ ୧୩୮ ତମ ଜନ୍ମ ମହୋତ୍ସବ ତଥା ଛତ୍ରପୁର ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକ ସ୍ମୃତି ମହୋତ୍ସବ ଛତ୍ରପୁର ସତ୍ସଙ୍ଗ ଙ୍କ ବିହାର ଠାରେ ମହାଆଡମ୍ବରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ଝାଡଖଣ୍ଡ ଦେବହର ମୁଖ୍ୟ ପୀଠର ସଂପାଦକ ଡ.ବିନାୟକ ମହାପାତ୍ର, ସହ ସଂପାଦକ ଶ୍ରୀଧର ସୁନ୍ଦର ମିଶ୍ର ଓ ଇଂ ବି.ସନ୍ତୋଷ କୁମାର ସୁବୁଦ୍ଧି ଅତିଥି ଭାବେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାପୂଣ୍ୟ ଲଗ୍ନରେ ସମବେତ ହୋଇ ତାଙ୍କର ଆଶିଷ ଧନ୍ୟ ହୋଇ ଉଠିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରୀତ୍ୟର୍ଥେ ତାଙ୍କର ନିର୍ଦ୍ଦେଶ ପାଳନ କରି ସୁଖ, ଶାନ୍ତି ଓ ଆନନ୍ଦ ଅଧିକାରୀ ହୋଇ ଉଠିବା ବିଷୟରେ ସତ୍ସଙ୍ଗରେ ଉପସ୍ଥିତ ଭାଇଭଉଣୀଙ୍କୁ ସଦାଲୋଚନା କରିଥିଲେ । ଆଜି ପ୍ରାତଃରେ ଭାଷାକୀର୍ତନ, ସମବେତ ବିନତି ପ୍ରାର୍ଥନା ଓ ସକାଳ ସାଢ଼େ ୮ଟାରେ ଅପର ବସଷ୍ଟାଣ୍ଡ ଠାରୁ ସତ୍ସଙ୍ଗ ବିହାର ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ହୋଇଥିଲା । ୧୧ଟାରେ ସତ୍ସଙ୍ଗ୍ ଓ ସଦାଲୋଚନା, ଅପରାହ୍ନ ଗୋଟାଏରେ ପ୍ରସାଦ ସେବନ, ୩ ଟାରେ ମାତୃସମ୍ମିଳନୀ ଏବଂ ସନ୍ଧ୍ୟା ୫.୧୬ ମିନିଟ୍ରେ ସମବେତ ବିନତି ପ୍ରାର୍ଥନା ତତ୍ପରେ ମହୋତ୍ସବର ଉଦ୍ଯାପନୀ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଇଂ ବି.ଆଶିଷ କୁମାର ସୁବୁଦ୍ଧି, ବି.ପାର୍ସେୟା ଓ ଛତ୍ରପୁର ସତ୍ସଙ୍ଗ ବିହାର ପରିଚାଳକ ସିଏଚ୍.ଜୟପ୍ରକାଶ ପାତ୍ର ପରିଚାଳନା କରିଥିଲେ ।


