ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା:ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି। ଏହି ଦେଶ ପୃଥିବୀଠାରୁ ୭ ବର୍ଷ ୩ ମାସ ପଛୁଆ ରହିଛି। ଏପରି ଅଜବ ନିୟମ ଏବଂ ସମୟ ସୀମାରେ ପରିଚାଳିତ ହେଉଥିବା ଏହି ଦେଶଟି ହେଉଛି ଆଫ୍ରିକାର ଇଥୋପିଆ। ଏଠାରେ ବର୍ଷକ ୧୨ ମାସ ନହୋଇ ୧୩ ମାସ ହୋଇଥାଏ। ଏହା ସହିତ ୧୨ ମାସ ଏଠାରେ ୩୦ ଦିନିଆ ହୋଇଥାଏ। କିନ୍ତୁ ୧୩ ମାସଟି କେବଳ ୫ ଅବା ୬ ଦିନ ହୋଇଥାଏ। ଶେଷ ମାସଟିକୁ ସ୍ଥାନୀୟ ଭାଷାରେ ପାଗ୍ୟୁମେ କୁହାଯାଇଥାଏ। ତେଣୁ ପୃଥିବୀର କ୍ୟାଲେଣ୍ଡର ତୁଳନାରେ ଇଥୋପିଆର କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା ହୋଇ ରହିଛି। ଏଠାରେ ଲୋକେ ନୂଆବର୍ଷ ଜାନୁୟାରୀ ୧ ପରିବର୍ତ୍ତେ ସେପ୍ଟେମ୍ବର ୧୧ରେ ପାଳନ କରିଥାନ୍ତି। ଏଠାରେ ଜର୍ଜିଆନ୍‌ କ୍ୟାଲେଣ୍ଡର ୧୫୮୨ରେ ପ୍ରଚଳନ ହୋଇଥିଲା। ଏହା ପୂର୍ବରୁ ଏଠାରେ ଜୁଲିୟନ୍‌ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଇଥୋପିଆର ନିଜର ସ୍ବତନ୍ତ୍ର ଲିପି ରହିଛି। ଏହାକୁ ଗିଇଜ୍‌ ଲିପି କୁହାଯାଏ। ଅପରପକ୍ଷରେ ଅନ୍ୟ ଆଫ୍ରିକା ଦେଶଗୁଡ଼ିକରେ ସାଧାରଣତଃ ରୋମାନ ଲିପିର ପ୍ରଚଳନ ହୋଇଥାଏ। ସୂଚନାଯୋଗ୍ୟ, ବିଷୁବ ରେଖାର ନିକଟବର୍ତ୍ତୀ ଏହି ଦେଶରେ ବର୍ଷ ସାରା ତାପମାତ୍ରା ହାରାହାରି ୪୧ ଡିଗ୍ରୀ ରହିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ