ବିପ୍ଳବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଗୁରୁବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ସ୍ମୃତିଚାରଣ କରିିଥିଲେ। ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ଦୁଖିନୀ କନିକାର ରଚୟିତା ସ୍ୱର୍ଗତ ଜେନାଙ୍କ ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ରହିଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ। ବ ିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ବିଷ୍ଣୁଦେବ ଜେନା, ଅତିରିକ୍ତ ଜିଲ୍ଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ସିଡିଏମଓ ଡା. ଅଜୟ କୁମାର ରାଉତ, ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପୈାରାଧ୍ୟକ୍ଷା ସରିତା ସାହୁ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅବନ୍ତୀ ବେହେରା, ଗବେଷକ ନିରଞ୍ଜନ ମେକାପ, ସାହିତ୍ୟିକ ଡ. ବାସୁଦେବ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ହାସଲ କରିଥିବା ପ୍ରାଧ୍ୟାପକ ଡ. ଅଜୟ କୁମାର ରାଉତଙ୍କୁ ବିପ୍ଳବୀ ଆନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତିରେ ‘କେନ୍ଦ୍ରାପଡା ଗୈାରବ ସମ୍ମାନ’ରେ ସମ୍ମାନ୍ନିତ କରାଯାଇଥିଲା। ଏଥିସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସ୍ମୃତି କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ ବିବରଣୀ ପାଠ କରିଥିଲେ। ତୁଳସୀ ମହିଳା ମହାବିଦ୍ୟାଳୟ ଛକରେ ଥିବା ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ କାଉନସିଲର ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ପ୍ରକାଶ ପରିଡା ଓ କଲେଜ ଅଧ୍ୟକ୍ଷ ମଥୁରୀ ସ୍ୱାଇଁ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜୟନ୍ତୀ ଅବସରରେ ଜିଲ୍ଲା ସଦର ମହକୁମାରେ ଥିବା ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଂଯୋଜକ ମୁକ୍ତାର ଖାଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଯୋଜକ ସଞ୍ଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ ଓ ଧିରେନ୍ଦ୍ର କୁମାର ଦାସ, ସହସମ୍ପାଦକ ଆଦିକନ୍ଦ ରାଉଳ ଓ ସତ୍ୟବ୍ରତ ସିଂ, ମୁଖ୍ୟ ଉପଦେଷ୍ଟା କରୁଣାକର ଦାସ, ଅକ୍ଷୟପ୍ରିୟ ଦାସ, ଗୋଲଖ ପରିଡା, ପ୍ରଭାତ ଚନ୍ଦ୍ର ନାୟକ, ଚନ୍ଦନ କୁମାର ପରିଡା, ପ୍ରଦୀପ୍ତ ସିଂ, ପ୍ରମୋଦ କୁମାର ରାଉତ, ମନୋରଞ୍ଜନ ତ୍ରପାଠୀ, ଶ୍ରୀଧର ମହାନ୍ତି, ସେକ ତଫିରୁଦ୍ଦିନ, ରଣଧୀର ଜେନା, ସତ୍ୟବ୍ରତ ସିଂ, ସେକ ସୈାକତ ଖାଁ, ନିରଞ୍ଜନ ବଳ, ସୟଦ ଅକମଲ ଅଲ୍ଲୀ, ହିବଜୁର ରହେମାନ, ସେକ ଚାନ୍ଦ,ଗୋଲଖ ପଢିଆରୀ, ସମ୍ବିତ ଶ୍ରୀଚନ୍ଦନ, ଶେଷଦେବ ପ୍ରସାଦ ଦାସ, ଶୁଭ୍ରାଂଶୁ ଦାସ, ଗୋପିନାଥ ବାରିକ, ଅଜୟ ସାମଲ, ରାମଚନ୍ଦ୍ର ବେହେରା, ମନୋଜ ସାହୁ, ହୃଷିକେଶ ବେହେରା,ବୁଲୁ ବକ୍ସ,ସୟଦ ମୁକ୍ତାର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।