ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ

ବେଲଗୁଣ୍ଠା/ଗାଙ୍ଗପୁର:(ଶିବରାମ ଚୌଧୁରୀ)ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୦ ଉଦ୍‌ଘାଟିତ ହୋଇ ଯାଇଛି ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଶାଲ ଗ୍ରହଣ କରିଥିଲେ ମୁଖ୍ୟ ବକ୍ତା ଭାବେ କ୍ଷତ୍ରିୟବରପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସଦାଶିବ ପ୍ରଧାନ ଯୋଗ ଦେଇ ଉତ୍ତମ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରତ୍ୟେକ ମାନବ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ ବୋଲି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ପାଇଲିପଡ଼ା ସରକାରୀ ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ବେହେରା ଏବଂ ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟିର ପ୍ରାକ୍ତନ ଅଧ୍ୟକ୍ଷ ନିତ୍ୟାନନ୍ଦ ବିଷୋୟୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ କ୍ରୀଡ଼ାକୁ ମଣିଷର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନିଜର ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ଵାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଦୁର୍ଗା ମାଧବ ଶତପଥୀ ପ୍ରମୁଖ ସହଯୋଗୀ ଭାବେ ଯୋଗ ଦେଇଥିଲେl ଆୟୋଜିତ କ୍ରୀଡ଼ା ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଉଭୟ ବାଳକ ଓ ବାଳିକା ବିଭାଗରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଲମ୍ଵା ଡିଆଁ, ସଟ୍ ପୁଟ୍ ଆଦି ଖେଳ ଆରମ୍ଭ କରାଯାଇଛି l କ୍ରୀଡ଼ା ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା lକାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଇକୋ କ୍ଲବ ଏବଂ ସ୍କାଉଟ୍ ର ସଦସ୍ୟ ସଦସ୍ୟା ମାନେ ପ୍ରମୁଖ ସହଯୋଗ କରିଥିଲେ l ଇକୋ କ୍ଲବ ଏବଂ ସ୍କାଉଟ୍ ର ସଦସ୍ୟ ସଦସ୍ୟା ମାନେ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ