ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ,ଜଣେ ଗୁରୁତର

ରାଇରଙ୍ଗପୁର : ରାଇରଙ୍ଗପୁର-ଟଟା ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ମରଣଯନ୍ତା । ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର ଠାରୁ ୭କିମି ଦୂର ରାଇରଙ୍ଗପୁର-ଟାଟାରସ୍ତାରେ ଅପରାହ୍ନରେ ଦୁଇ ଘଟିକା ପାଖାପାଖି ସମୟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିଲା ।ତିରିଂ ଆଡୁ ୧୦୮ ଆମ୍ବୁଲାନ୍ସ ଫେରୁଥିବା ବେଳେ ଏମାନଙ୍କୁ ଦେଖି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲା । ଜଣଙ୍କର ଗୁରୁତର ଦେଖି ଆମ୍ବୁଲାନ୍ସ ଷ୍ଟାଫ୍ ଶରତ ମାହାଲି ଆମ୍ବୁଲାନ୍ସ ଭିତରେ ନିଜେ ରକ୍ତଦାନ କରିଥିଲେ ହେଲେ ବଂଚାଇ ପାରି ନଥିଲେ । ଡାକ୍ତରଖାନାରେ ଜାମସେଦପୁର ର ଆଜାଦ ନଗରର ସେକ୍ ଆଲତମାସ୍(୨୦) ଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟ ଜଣେ ମହମ୍ମଦ ମିନାଜ ଘର ଯଶିପୁର ଗୁରୁତର ଓ ମୂର୍ମୂଷୁ ଥିଲା ।ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି କନ୍ଦା କଟା କରିଥିଲେ। ଏକ ଶୋକାକୁଳ ପରିବେଶ ହୋଇଥିଲା । ଗୁରୁତର ସେକ ମିନାଜଙ୍କୁ ଯାମସେଦପୁରର ଟାଟା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସେକ ଆଲମାସ୍ ଏବଂ ସେକ ମିନାର ଯଶିପୁର ରୁ ବାଇକ ଯୋଗେ ଟାଟା ଯାଉଥିଲେ ।ପ୍ରଶ୍ନ ଉଠୁଛି ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ନାଁ ଅଜଣା ଗାଡ଼ି ଧକ୍କା ଦେଇଛି ତାହା ଆଗକୁ ପୋଲିସ ଫାଇଲ କହିବ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ