ଫଳରୁ ଚାର୍ଜ ହେବ ମୋବାଇଲ୍‌

ନୂଆଦିଲ୍ଲୀ : ଫଳରୁ ଚାର୍ଜ ହେବ ମୋବାଇଲ୍‌ । ଶୁଣିବାକୁ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ । ସିଡ୍‌ନୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଡୁରିଆନ୍‌ ଏବଂ ପଣସ ପରି ଫଳର ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଉପକରଣ ଯେପରିକି ମୋବାଇଲ୍‌, ଲାପ୍‌ଟପ୍‌ ଏବଂ ଟାବ୍‌ଲେଟ୍‌ ପ୍ରଭୃତିକୁ କ୍ଷଣକରେ ଚାର୍ଜ କରାଯାଇପାରିବ । ଏହି ଫଳର ବର୍ଜ୍ୟବସ୍ତୁକୁ ସୁପର କାପାସିଟରରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି ସହକାରୀ ପ୍ରଫେସର ଭିନ୍‌ସେଣ୍ଟ ଗୋମ୍‌ସ । କେବଳ ଫଳ ନୁହେଁ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସୁପର୍‌ କାପାସିଟରରେ ପରିଣତ କରିବା ପାଇଁ ପରୀକ୍ଷଣ ଜାରି ରଖିଛନ୍ତି । ଏହି ସୁପର୍‌ କାପାସିଟର୍‌ ଦ୍ବାରା ସମସ୍ତ ବୈଦ୍ୟୁତିକ ଉପକରଣ ସହଜରେ ଚାର୍ଜ ହୋଇଥାଏ ।
ସୁପର କାପାସିଟର ହେଉଛି ଏକ ଶକ୍ତି ସଂରକ୍ଷକ ଯାହା ଏକ କ୍ଷୁଦ୍ର ବ୍ୟାଟେରୀରେ ଅଧିକ ଚାର୍ଜ ସଂରକ୍ଷିତ ରଖିଥାଏ । ବର୍ତ୍ତମାନ ବଜାରରେ କାର୍ବନ ସୁପର କାପାସିଟର ଉପଲବ୍ଧ ହେଉଛି ମାତ୍ର ଗୋମ୍‌ସଙ୍କ ମତରେ ଡୁରିଆନ୍‌ ଏବଂ ପଣସ ପରି ଫଳରୁ ନିର୍ମିତ ସୁପର କାପାସିଟର ଅଧିକ କାର୍ଯ୍ୟକ୍ଷମ । କାର୍ବନ ପରି ଏହା ରାସାୟନିକ ପଦାର୍ଥ ନୁହେଁ ତେଣୁ ପରିବେଶ ଉପରେ ମଧ୍ୟ ଏହାର କୌଣସି କୁପ୍ରଭାବ ପଡିନଥାଏ ବୋଲି ଗୋମ୍‌ସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ