ବୌଦ୍ଧ ଧନୁଯାତ୍ରାରେ ଅଘଟଣ

ବୌଦ୍ଧ: ଧନୁଯାତ୍ରା ରେ ଅଘଟଣ, ଅଳ୍ପକେ ବର୍ତିଲେ ରାମ ଦୋଳିରେ ଥିବା ଲୋକେ। ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅଁଳାପାଳିରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ମିନାବଜାର ପାଇଁ ଆସିଥିବା ରାମ ଦୋଳି ପାଖରେ ରୋଷେଇ କରୁଥିବା ସମୟରେ ହଟାତ ଗ୍ୟାସରେ ନିଆଁ ଲାଗିଯାଇ ଷ୍ଟଲ ପୋଡ଼ି ଯାଇଥିଲା। ଖବର ପାଇ ବାଉଁଶୁଣି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ଷ୍ଟଲ ରେ ଥିବା ସମସ୍ତ ସାମଗ୍ରୀ ପୋଡି କ୍ଷତି ହୋଇଯାଇଛି। କ୍ଷତି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ହଜାର ହେବ କହିଛନ୍ତି ବାଉଁଶୁଣି ଅଗ୍ନିଶମ ବିଭାଗ କର୍ମଚାରୀ।ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ