ଓଡ଼ିଆ ନାଟ୍ୟ ଆନ୍ଦୋଳନର ପ୍ରବାଦ ପୁରୁଷ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୮ତମ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସ୍ଥାନୀୟ ଉତ୍କଳ ହିତୈଷୀଣି ସମାଜ ସଭାଗୃହ ଠାରେ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୮ତମ ଜୟନ୍ତୀ  ଅନୁଷ୍ଠିତ ହୋଇସାରିଛି। ଆପନ୍ନା ପରିଛା ସ୍ମତି ସଂସଦ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ତଥା ଐତିହାସିକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଅତିଥି ,ଏବଂ ଡ.ସୁଜିତ୍ କୁମାର ପଣ୍ଡା, ଡ. ବିପ୍ଳବ ରଞ୍ଜନ ପ୍ରଧାନ, ଡ଼.କଲ୍ୟାଣୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଯଥାକ୍ରମେ ମୁଖ୍ୟବକ୍ତା, ସମ୍ମାନନୀୟ ଅତିଥିଭାଗି ଯୋଗ ଦେଇଥିଲେ ।ଏହିଅବସରରେ ମୁଖ୍ୟବକ୍ତା ଡ. ସୁଜିତ୍ କୁମାର ପଣ୍ଡା ଙ୍କୁ ଆପନ୍ନl ପରିଛା ସ୍ମୃତି ସମ୍ମାନ’୨୬, ଶିକ୍ଷାବିତ୍ ଦେବାଶିଷ ମହାପାତ୍ରଙ୍କୁ ଆପନ୍ନା ପରିଛା ପ୍ରତିଭା ସମ୍ମାନ ‘୨୫, ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ରୋହିଣୀ କୁମ୍ଭଙ୍କୁ ଶିଶୁ ପ୍ରତିଭା ସମ୍ମାନ -‘୨୫ ପ୍ରଦାନ କରାଯାଇଥିଲା। ସମ୍ପାଦକ ମୂରଲୀଧର ପରିଛା ,ବିବରଣୀ ପାଠ କରିଥିଲେ।ଅଧ୍ୟାପିକା ଶ୍ୱେତl ପଟ୍ଟନାୟକ,ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ,ଗାୟତ୍ରୀ ପଟ୍ଟନାୟକ,ସ୍ନେହାବେହେରା, ଶୁଭ୍ରl ସୁସେଖର ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ, ଆର୍ତ୍ତତ୍ରାଣ ଚଇନି,ସଂଗୀତା ପାତ୍ର, ତ୍ରିପତି ପଣ୍ଡା, ବିଷ୍ଣୁ ପଣ୍ଡା,ସୁଜ୍ଞାନ ଚାନ୍ଦ ବ୍ରହ୍ମା, ଆଶାଲତା ପାଣିଗ୍ରାହୀ, ଡ.ରମକୃଷ୍ନୂ ପରିଛା, ହରପ୍ରସାଦ ସୁଆରୋ, ପ୍ରମୋଦ ପାଢ଼ୀ, ଭାରତ ଭୁଷଣ ମହାନ୍ତି,ପ୍ରଭୃତି ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ