ବାଲି ବୋଝେଇ ଟ୍ରାକ୍ଟର ଘାଟିରୁ ପଛକୁ ଓଲଟି ଡ୍ରାଇଭର ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପ୍ରସିଦ୍ଧ ଗଣ୍ଡାହାତି ଜଳପ୍ରପାତ ନିକଟରେ ଦଃୁଖଦ ଘଟଣା ଘଟିଛି । ବାଲି ବୋଝେଇ ଟ୍ରାକ୍ଟର ଦୁର୍ଗମ ଘାଟି ରାସ୍ତାଦେଇ ଯାଉଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞିନ୍‌ଟି ଘାଟି ରାସ୍ତାକୁ ଚଢି ନ ପାରି ଟ୍ରାକ୍ଟରର ଟ୍ରଲିକୁ ପିଟି ହୋଇଯିବା ଯୋଗୁଁ ଗାଡି ଚଳାଉଥିବା ଡ୍ରାଇଭର ଜଣକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାଟି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଚାଞ୍ଚଡା ସାହି ନିକଟରେ ଥିବା ଅଗମ୍ୟ ଘାଟିରାସ୍ତାରେ ଘଟିଛି । ମୃତକ ଡ୍ରାଇଭର ହେଲେ ଜୁଏଲ୍ ଶବର । ସେ ମୁନିଆବାଡ ଗ୍ରାମ ବାସୀ ବୋଲି ଜଣାପଡିଛି । ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ୱେ ଏହି ଅଗମ୍ୟ ଅଞ୍ଚଳର ବିପଦ୍‌ଜନକ ଘାଟି ରାସ୍ତାପ୍ରତି ପ୍ରସାଶନ ଦୃଷ୍ଟି ଦେଉ ନ ଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଦାବି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ମୃତ ଡ୍ରାଇଭରଙ୍କ ଶବକୁ ବ୍ୟବତ୍ସେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ