ଦୁଇଟି ସ୍ଥାନରୁ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର : ଦିନକୁ ଦିନ ବାରଂବାର ଆତ୍ମହତ୍ୟା ବଡ଼ିବାରେ ଲାଗିଛି । ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି ମୃତ ବ୍ୟକ୍ତି ମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାରୁଆ ଗ୍ରାମର କତୁରାମ ଗଣ୍ଡ ଓ ପଟାଚୁଆ ଗ୍ରାମର ରାମଚନ୍ଦ୍ର ଗଣ୍ଡ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ ଅକତୁରାମ ଗଣ୍ଡ ନିଜ ଘର ପାରିବାରିକ କଳହ କୁ ନେଇ ଅତ୍ୟଧିକ ମଦ୍ୟପାନ କରି ମାନସିକ ଭାରସାମ୍ୟ ହରାଇ ନିଜ ଘର ବାରଣ୍ଡାରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ ଏବଂ ସେହିପରି ରାମଚନ୍ଦ୍ର ଗଣ୍ଡ ମଧ୍ୟ ଗତ ୬ ମାସ ହେଲା ମାନସିକ ବିକୃତି ହୋଇ ବୁଲିଥିଲେ ଏବଂ ହଠାତ ଘରେ କେହି ନଥିବା ସୁଯୋଗ ପାଇ ଘର ଭିତରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ।ଘଟଣା ସ୍ଥଳରେ ରାଇଘର ଥାନା ଏସଆଇ ଗଗନେଶ୍ୱର ମାଝୀ ଓ ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ପହଞ୍ଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ