ପ୍ରବୁଦ୍ଧ ବିହାରରେ ମହିମା ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, : ଚଳିତ ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଦ୍ଧ ବିହାର (ପାଦପଦ୍ମ ପାହାଡ଼) ଠାରେ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧୂନୀ ସ୍ଥାପନ, ଅଖଣ୍ଡ ଘୃତ ବତୀ ପ୍ରଜ୍ଜଳନ, ମହିମା ବାଲ୍ୟ ଲୀଳା, ପ୍ରଭୁ ନାମ ଭଜନ ଓ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭକ୍ତ ତଥା ମହିମା ଧର୍ମାବଲମ୍ବୀ ନାରାୟଣ ଖୁଂଟିଆ ଓ ଅନ୍ଧାରୁଆ ଗ୍ରାମବାସୀ ଭକ୍ତ କାଳିଆ, ଜୀବନ, କାର୍ତିକ, ସୁଶାନ୍ତ, ନିରୋଧ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହାୟତା କରିବା ସହିତ ଅଭାବୀ, ଅନାଥ ତଥା ଜଗତକଲ୍ୟାଣ ପାଇଁ ଆହୁରି କାର୍ଯ୍ୟକ୍ରମ ମାନ ବ୍ୟପକ ଭାବେ କରାଯିବ ବୋଲି ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ