କଲ୍ୟାଣସିଂହପୁର ଦେବଗିରି ମହାବିଦ୍ୟାଳୟର ୧୪ ତମ ପ୍ରତିଷ୍ଠା ଦିବସ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଲ୍ୟାଣସିଂହପୁର ବ୍ଲକର ଏକମାତ୍ର ମହାବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଓ ଗୁରୁଦିବସ ଆଡ଼ମ୍ବର ସହ ପାଳିତ ହଇଯାଇଛି। ଏହି ଉତ୍ସବରେ କଲେଜର ଦଭାପତି ବି ଭି ପ୍ରସାଦରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ମୁଖ୍ୟ ଵକ୍ତା ଭାବେ ସୁଶ୍ରୀ ସଂଯୁକ୍ତା ମାଦଳା ସମାନୀୟ ଅତିଥି ପୂର୍ବତନ ଅଧକ୍ଷ ଭି ସୂର୍ଯ୍ୟପ୍ରକାଶ ରାଓ, ଦେବଗିରି କ୍ରାନ୍ତିକାରୀ ଆଶ୍ରମ ର ବାବା ସ୍ୱରୂପା ନନ୍ଦ ଗିରି,ଯୁକ୍ତ ଦୁଇ ମହା ବିଦ୍ୟାଳୟର ସମ୍ପାଦକ ମାଉଡ଼ି ବାରିକ, ଯୁକ୍ତ ତିନି ମହା ବିଦ୍ୟାଳୟର ସମ୍ପାଦକ ଏଙ୍କେଟେଶ୍ୱର ପାଢୀ ଓ ପ୍ରିନ୍ସପାଲ ଯୋଗେଶ୍ୱର ଗରଡ଼ା ମଞ୍ଚାସିନ ହୋଇଥିଲେ। ପ୍ରଥମେ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ପରାମ୍ବିକ ସଂଗୀତ ଗାନ କରିଥିଲେ। ପ୍ରିନ୍ସପାଲ ଶ୍ରୀ ଗରଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ମହା ବିଦ୍ୟାଳୟ ଶିକ୍ଷାର ଅଭିବୃଦ୍ଧି କ୍ଷେତ୍ରରେ ଜିଲ୍ଲାର ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ଭୂଷୟୀ ପ୍ରଶଂସା କରିଥିଲେ।ବୀର ମାଟିରେ ଶିକ୍ଷାର ବିକାଶ ଉପରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଗ୍ରାମବାସୀ ମାନେ ମହା ବିଦ୍ୟାଳୟ ଉନ୍ନତି କରିବା ପାଇଁ ଆଗକୁ ଆସି ଶିକ୍ଷାର ବିକାଶ ରେ ସାମିଲ ହେବାପାଇଁ ଵକ୍ତାମାନେ ମତବ୍ୟକ୍ତ କରିଥିଲେ।ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଆଧୁନିକତା ଛାପରେ ନପଡି ଶିକ୍ଷା ସଂକୃତି, ସମୟ, ଶିଷ୍ଟାଚାର ଉପରେ ଗୁରୁତ୍ୱ ଦେଇ ଅନୁଷ୍ଠାନ, ପିତାମାତା ଓ ଶିକ୍ଷକ, ଓ ନିଜର ପରିଶ୍ରମର ଫଳ ଗୋଟିଏ ଉତ୍ତମ ରାସ୍ତାର ପଥ ପ୍ରଦର୍ଶକ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ।ଆଦିବାସୀ ଅଞ୍ଚଳ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ବହୁ ସଂଖ୍ୟାରେ ଅଧୟନ କରୁଥିବା ଦେଖି ପାଇ ଖୁସି ବ୍ୟକ୍ତ କରି ଶିକ୍ଷାର ଉତ୍ତର ଉତ୍ତର କାମନା କରି ସରକାରଙ୍କ ଦୃଷ୍ଟି ଦେବା ପାଇଁ ମତ ପ୍ରକାଶ କରିଥିଲେ।ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସଂସ୍କୃତିକକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ହେମାନନ୍ଦ ବାଗ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବରୁଣ, ହେମନନ୍ଦ,ଅଧ୍ୟାପିକା ସରିତା ପାତ୍ର,ଭବନି ସାହୁ,ସଂଯୁକ୍ତା ଗରଡ଼ା ଗାୟତ୍ରୀ ପରେପକା ବସୁଧା ଖସଲା, ସୁନିତା ଗୌଡ଼, ସୋମି ମତୁରାଙ୍ଗା ଓ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।ମହା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ସମସ୍ତ କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।ଅନୁଷ୍ଠିତ ହୋଇଥିବା ଖେଳ, ବକୃତ, ସଂଗୀତର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶେଷ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ