୧୫ ପଞ୍ଚାୟତରେ ନାହିଁ ନିଜସ୍ଵ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବକେନ୍ଦ୍ରରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ 

ହାଟଡିହି,(ଓ୍ବାଇଏନଏସ); ମୁଣ୍ଡ ଉପରକୁ ଛାତ ପାଇଁ ଗରିବ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରୁଛନ୍ତି। ଶହଶହ ଲୋକଙ୍କୁ ଘର ବାଣ୍ଟୁଥିବା ଅନେକ ପଞ୍ଚାୟତର କିନ୍ତୁ ନିଜସ୍ବ ଘର ନାହିଁ। କେତେକ ପଞ୍ଚାୟତର ନିଜସ୍ବ ଘର ଥିଲେ ମଧ୍ୟ ସେଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏଭଳି ମାଳମାଳ ଉଦାହରଣ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି।   କେନ୍ଦୁଝର ଜିଲ୍ଲାର ସବୁଠାରୁ ପ୍ରଭାବଶାଳୀ ବ୍ଲକ ଭାବେ ପରିଚିତ ହାଟଡିହି ପଞ୍ଚାୟତ ସମିତି । ଏହା ଜିଲ୍ଳାର ସର୍ବ ବୃହତ ବ୍ଲକ, ଏହା ଅଧୀନରେ ରହିଛି ସର୍ବାଧିବ ସର୍ବାଧ‌ିକ ୩୧ଟି ପଞ୍ଚାୟତ | ବ୍ଲକ୍ ମୁଖ୍ୟାଳୟ କୁହାଯାଉଥିବା ହାଟଡିହି ପଞ୍ଚାୟତର କିନ୍ତୁ ନିଜସ୍ବ କାର୍ଯ ନାର୍ଯ୍ୟାଳୟ ନାହିଁ | ପଞ୍ଚାୟତର ଗୋଟିଏ ପୁରୁଣା ଆଜବେଷ୍ଟସ ଘର ଥିଲା ବେଳେ ତାହା ବିପଦ ସଙ୍କୁଳ ହୋଇପଡ଼ିବାରୁ କିଛି ମାସ ତଳେ ଭାଙ୍ଗି ଦିଆ ଯାଇଛି। ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି। ଅନ୍ୟପକ୍ଷରେ ଯେଉଁ ଉଦ୍ଦେଶ୍ଯ ନେଇ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ହୋଇଥିଲା, ତାହା ପୂରଣ ହୋଇପାରୁ ନାହିଁ । ସେହିପରି ଏହି ବ୍ଲକ୍‌ର ଅଁରା ପଞ୍ଚାୟତ ଗଠନ ହେବା ପରଠାରୁ ୧୪ବର୍ଷ ହେଲା ଭଡ଼ାଘରେ ଚାଲୁଥିଲା ଏହି ପଞ୍ଚାୟତ । ଏପରିକି ଅନେକ ଥର ଘରଭଡ଼ା ପୈଠ କରି ନପାରିବାରୁ କାର୍ଯ୍ୟଳୟରେ ତାଲା ପକାଉ ଥିଲେ ଘର ମାଲିକ୍। ଏବେ ପିଇଓ ଙ୍କ କ୍ୱାଟର ରେ ପଞ୍ଚାୟତ କାର୍ଯ୍ୟଳୟ ଚାଲିଛି। ସବୁ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଥିବା ବେଳେ ଏ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବି ନିର୍ମାଣ ହୋଇନି। ସେହିପରି  ହାଟଡିହି ବ୍ଲକ୍‌ର  ଆଦିବାସି ବହୁଳ କେ.ବାଲିପାଳ ପଞ୍ଚାୟତ ଗଠନ ହେବା ଦିନରୁ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇନି। ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଭାଙ୍ଗିରୁଜି ନଷ୍ଟ ହୋଇଥିବା ବେଳେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି। ସେହିପରି ପନ୍ଦାଡ ପଞ୍ଚାୟତ ରେ ମଧ୍ଯ ସମାନ ଅଵସ୍ଥା। ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ଭାଙ୍ଗି ରୁଜି ନଷ୍ଟ ହୋଇ ଯାଇଥିବାରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କାର୍ଯ୍ୟାଳୟ ଚାଲିଛି। ଡଅଁର, ହାଟଡିହି, ଜମ୍ଭିରା, ସୁଲଣ, ହଦଗଡ଼, ବାଙ୍ଗୋର, ପଢ଼ିଆରିପଲ୍ଲି, ଅକରୁଆ, ଆମ୍ୱୋ, କଳିଗାଁ, ବାଲିଵରେଇ ଆଦି ୧୫ଟି ପଞ୍ଚାୟତର ନିଜସ୍ଵ କାର୍ଯ୍ୟାଳୟ ଗୃହ ନଥିବାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି। ବ୍ଲକ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ ଏନେଇ ବ୍ଲକ କର୍ତୁପକ୍ଷ ପ୍ରଶାସନକୁ ଚିଠି କରି ଜଣାଇ ଦେଇଛନ୍ତି। ସରକାର ଏଥିପାଇଁ ଅନୁଦାନ ଯୋଗାଇଦେଲେ ଗୃହ ନିର୍ମାଣ କରାଯିବ ବୋଲି ବ୍ଲକ କର୍ତୁପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ