ଅନ୍ୟ ଧର୍ମକୁ ଗ୍ରହଣ କରିଥିବା ୧୫୦ ପୁରୁଷ ମହିଳା ହିନ୍ଦୁ ଧର୍ମକୁ ଫେରିଲେ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗତ କିଛି ବର୍ଷ ତଳେ ନିଜ ଧର୍ମ ଛାଡି ଅନ୍ୟ ଧର୍ମକୁ ଚାଲି ଯାଇଥିବା  ୨୯ ଗୋଟି ପରିବାରର ୧୫୦ ପୁରୁଷ ଓ ମହିଳା ନିଜ ଧର୍ମକୁ ଫେରିଛନ୍ତି. ଏହି 150 ଜଣଙ୍କୁ ହିନ୍ଦୁ ପ୍ରେମୀଙ୍କ ଏକ ବିରାଟ ସମାବେଶରେ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ଗ୍ରାମକୁ ପାଛୋଟି ନିଆ ଯାଇଥିବା ଖବର ମିଳିଛି. ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମୋହାଗଣ୍ଡା ଗ୍ରାମରେ | ଏହି ଅବସରରେ ସେଠାରେ ସଂସ୍କାର ଦୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଘୃତ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ, ଅର୍ଣ୍ଣ ପ୍ରସାଦ ଆଦି କାର୍ଯ୍ୟକ୍ରମ ହୋଇଥିଲା l ପ୍ରଥମେ କଳସ ଯାତ୍ରା ଶେଷହେବା ପରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ ନୃତ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗାଁ ସଭାପତି ବିପ୍ର ମଲ୍ଲିକ, ହାଣ୍ଡିଆକେନ୍ଦ୍ର ସଭାପତି ଜୁରିଆ ମଲ୍ଲିକ,ସର୍ବଚ ସଭାପତି କବିରାଜ ମଳିକ, ସାତକେନ୍ଦ୍ର ସଭାପତି, ସମ୍ପାଦକ ଚୈତନ୍ୟ ମଲ୍ଲିକ, କୋଷାଧକ୍ଷ ମୁନା ମଲ୍ଲିକ, ମୁଖ୍ୟ ଅତିଥି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ହରି ମଲ୍ଲିକ, ଉପଦେଷ୍ଟା ଉମେଶ ମଲ୍ଲିକ, ଗୀତା ଶିକ୍ଷା ଲକ୍ଷ୍ମଣ ମଲ୍ଲିକ, ଉପସ୍ଥିତ ଥିବାବେଳେ ଦୁଃଖା ମଲ୍ଲିକ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ l ପୁରୋହିତ ଭାବେ ତରଣୀ ସେନ୍ ଦାସ କାର୍ଯ୍ୟ ସମ୍ପାଦନ କରିଥିଲେ, ଏହି କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଅଧିକ ହିନ୍ଦୁ ପ୍ରେମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ