ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ୧୫୦ ତମ ‘ବନ୍ଦେ ମା ତରମ୍’ ଉତ୍ସବ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ପଞ୍ଚାୟତ ସମିତି ମହାବିଦ୍ୟାଳୟ ଝୁମ୍ପୁରା ଠାରେ ଶୁକ୍ରବାର ଦିନ ଜାତୀୟ ଗୀତ “ବନ୍ଦେ ମାତରମ” ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରକଳା, ପ୍ରବନ୍ଧ, କୁଇଜ୍ ଏବଂ କବିତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ତାଙ୍କ କଳା ଓ ଲେଖନୀ ଦକ୍ଷତା ଦ୍ୱାରା ଦେଶଭକ୍ତି ର ଭାବକୁ ଅଭିବ୍ୟକ୍ତ କରିଥିଲେ । ଚିତ୍ରକଳା ପ୍ରତିଯୋଗୀତାରେ ମନୋଜ କୁମାର ନାୟକ ପ୍ରଥମ, ଜଗା ମୁଣ୍ଡା ଦ୍ଵିତୀୟ ଏବଂ କାଜଲ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ ତା’ସହିତ କୁଇଜ୍ ପ୍ରତିଯୋଗିତାରେ ମିତା ରାନୀ ମହାନ୍ତ, ସାହିଲ କୁମାର ସର୍ଦ୍ଦାର, ହେମାମାଳିନୀ ବେହେରା ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ପ୍ରବନ୍ଧ ପ୍ରତିଯୋଗିତା ରେ ପିତାମ୍ବର ତନ୍ତୀ ପ୍ରଥମ ସ୍ଥାନ, ଜୀୟାନ୍ ମାଝୀ ଦ୍ଵିତୀୟ ସ୍ଥାନ, ଜୟଶ୍ରୀ ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ କବିତା ପ୍ରତିଯୋଗୀତା ରେ ତପସ୍ଵିନୀ ମହାକୁଡ, ରତନି ମୁଣ୍ଡା ତଥା ଦିବ୍ୟବର ନାୟକ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସମସ୍ତ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ବନ୍ଦେ ମାତରମ ର ଇତିହାସ ଓ ଏହାର ଭୂମିକା ବିଷୟରେ ନିଜର ମତାମତ ଉପସ୍ଥାପନ କରିଥିଲେ । ଏହି ଅବସର ରେ ଛାତ୍ରଛାତ୍ରୀମାନେ ଜାତୀୟ ଏକତା, ଗୌରବ ଓ ଦେଶପ୍ରେମ ର ମହତ୍ତ୍ୱ ଅନୁଭବ କରିପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ