“ଘୁମୁସର ର ସ୍ବର” ପକ୍ଷରୁ ୧୫୧ତମ ସାହିତ୍ୟ ଆଲୋଚନା ଚକ୍ର ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ପବିତ୍ର ଆଷାଢ଼ ମାସ ଗୁରୁ ପୂର୍ଣ୍ଣିମା ଅବସରରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ୧୫୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ବ୍ୟାଘ୍ରାମ୍ବରୀ ମଠରେ ସଂଗଠନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ମଠର ମଠାଧୀଶ ସ୍ବାମୀ ସତ୍ୟାନନ୍ଦ ଗିରୀଙ୍କୁ ଗୁରୁ ଭାବେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ରରେ  ଅତିଥି ଭାବେ କବି ଅନନ୍ତ କର, ଗୌରୀଶଙ୍କର ମିଶ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଧ୍ରୁବ ପାଣିଗ୍ରାହୀ, କବି ପଞ୍ଚାନନ ପଲାଇ, କବି କୃଷ୍ଣ ଚନ୍ଦ୍ର ଡାକୁଆ ଯୋଗଦେଇ ଗୁରୁ ପରମ୍ପରା ସମ୍ପର୍କିତ ବକ୍ତବ୍ଯ ପ୍ରଦାନ କରି ଥିଲେ। ଉତ୍ତର ପିଢ଼ି  ପ୍ରତି କ୍ଷେତ୍ରରେ ଗୁରୁ ପରମ୍ପରା  ଢାଞ୍ଚାରେ ଜୀବନ ଶୈଳୀ ବିତାଇବା ପାଇଁ ସଚେତନ ରହିଲେ ସମାଜର ମଙ୍ଗଳ ହୋଇ ପାରିବ ବୋଲି  ଗୁରୁ ସ୍ବାମୀ ସତ୍ୟାନନ୍ଦ ଗିରୀ ପ୍ରକାଶ କରିଥିଲେ। ଶେଷରେ କୃଷ୍ଣ ଚନ୍ଦ୍ର ଡାକୁଆ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ