“ଘୁମୁସର ର ସ୍ବର” ପକ୍ଷରୁ ୧୫୨ତମ ପୂର୍ଣ୍ଣିମା ସାହିତ୍ୟ ଆସର
ବୁଗୁଡ଼ା, (ଅନୀଲ କୁମାର ମହାରଣା): ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୫୨ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର “ଏସ୍କଲେଣ୍ଟ୍ ଇଣ୍ଟିଗ୍ରେଟେଡ଼ ଇନଷ୍ଟିଚ୍ୟୁଟ୍” ବାଲିପଦର ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ସମିତି ସଭ୍ଯ ମହେନ୍ଦ୍ର ପ୍ରସାଦ ପଣ୍ଡା, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, କବି ପଦ୍ମ ଲୋଚନ ଗୌଡ, ନିରଞ୍ଜନ ପାତ୍ର, ସଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗଙ୍ଗାଧର ମେହର ସାହିତ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ସମଗ୍ର ଓଡ଼ିଆ ସାହିତ୍ୟର ଅନନ୍ୟ ସୃଷ୍ଟି ଗଙ୍ଗାଧର ମେହରଙ୍କ କାବ୍ୟ, କବିତା ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଶେଷରେ ନିରଞ୍ଜନ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।