ମଧ୍ୟପ୍ରଦେଶ ସଙ୍କଟ : ଆସ୍ଥା ଭୋଟକୁ ନେଇ ସସପେନ୍ସ ଜାରି

ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ ୧୬ ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ । ରବିବାର ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଏକ ଭିଡିଓ ମେସେଜ୍‌ ଜରିଆରେ ଇସ୍ତଫା ଗ୍ରହଣ କରିବା ପାଇଁ କୁହାଯିବା ପରେ ଆସନ୍ତା କାଲି ଆସ୍ଥା ଭୋଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯଦି ବିଧାୟକ ମାନଙ୍କ ଇସ୍ତଫା ଗୃହୀତ ହୁଏ ତେବେ କଂଗ୍ରେସ ସରକାର ପାଇଁ ସଙ୍କଟ ବଢିଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ