ଦମକଳ ବାହିନୀ ଆସିବାରେ ବିଳମ୍ଭ ହେବାରୁ ଚାଲିଗଲା ୨୩ ଜଣଙ୍କ ଜୀବନ

ସୁରତ : ହସ ଖୁସିରେ ଚାଲିଥିଲା କୋଚିଂ ସେଣ୍ଟର । ତୃତୀୟ ଓ ଚତୁର୍ଥ ମହଲାରେ ହଠାତ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଅହରହ ଉଦ୍ୟମ କରୁଥିଲେ । କିଏ ନିଜର ଜୀବନ ରକ୍ଷା କରିବା ନିମନ୍ତେ ୩ ତାଲା ଓ ୪ ତାଲା ଛାତରୁ ଡେଉଁଥିବା ଭଳି ଅଭାବନୀୟ ଘଟଣା ଦେଖାଦେଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଚିକିସ୍ରାଧିନ ଅଛନ୍ତି । ଅନେକ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ସୁରତ ପୋଲିସ ଏହି ଘଟଣାରେ କୋଚିଂ ସେଣ୍ଟରର ମାଲିକ ଓ ବିଲ୍ଡରଙ୍କୁ ପୋଲିସ ଗିରଫ କରିଛି । ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ଇଣ୍ଟେରିଅର ଡିଜାଇନ କୋଚିଂ କ୍ଲାସରୁ ପ୍ରଥମେ ନିଆଁ ଆରମ୍ଭ ହୋଇଥିଲା । ଏହା ପରେ ତକ୍ଷଶିଳା କୋଚିଂ ସେଣ୍ଟର ଆଡକୁ ବ୍ୟାପିଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଣ କରିବା କଣ ନକରିବା ଭାବିବା ପୂର୍ବରୁ କିଛି ମୁହୁର୍ତ୍ତରେ ଅଗ୍ନିକାଣ୍ଡ ଭୟଙ୍କର ରୁପ ଧାରଣ କରିଥିଲା । ଦମକଳ ବାହିନୀ କୋଚିଂ ସେଣ୍ଟରର ୨ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳକୁ ଆସିବାକୁ ୪୦ ରୁ ୪୫ ମିନିଟ୍ ସମୟ ନେଇଥିଲା । ଜଣେ ଯୁବକ କହିଛନ୍ତି ଯଦି ସଠିକ ସମୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥାନ୍ତା ତେବେ ଏତେ ବଡ ଘଟଣା ରୁ ଛାତ୍ରଛାତ୍ରୀ ବର୍ତ୍ତିପାରିଥାନ୍ତେ । ପୋଲିସ ତଦନ୍ତ ଜାରୀ ରଖିବା ସହ ୨ ଜଣଙ୍କୁ ଗିରଫ କରିଛି । ବିନା ଅନୁମତିରେ କୋଠା ଉପରେ କୋଠା ନିର୍ମିତ କରିବା , ଓ କୋଚିଂ ସେଣ୍ଟର ମାଲିକ ଫାଇବରରେ କଭର କରିବା ଭଳି ସାଂଘାତିକ ପରଦା ଗୋଟିଏ ଗୋଟିଏ ଗୁମର ଫିଟିବାରେ ଲାଗ୍ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ