ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ଦୁଇ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣିସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଦୁଇଜଙ୍କୁ ଗିରଫ କରିଛି । ଗତ ସମୋବାର ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣି ଗାରିଡି ସନ୍ଦେହରେ ପଟ୍ର ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ସବିତା ମଲ୍ଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏ ସମ୍ପର୍କରେ ମୋହନା ଥାନାରେ ୪୪/୨୦ନମ୍ବରରେ ଏକ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଜାରୀ ରଖିଥିଲା । ପୋଲିସ ସମ୍ପୃକ୍ତ ହତ୍ୟାକାଣ୍ଡରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ କହିବା ମୁତାବକ ମୃତକ ଜଣକ ଗ୍ରାମରେ ଗୁଣିକରି ଲୋକଙ୍କୁ ମାରୁଥିବା ସନ୍ଦେହ କରି ଗ୍ରାମବାସୀମାନେ ବୈଠକ ଡାକିଥିଲେ ଏବଂ ସେଠାରେ ତାଙ୍କୁ ତାଗିଦ କରାଯାଇଥିଲା । ଗତ ସମୋବାର ସକାଳା ପଟ୍ର ଏବଂ ତାଙ୍କ ସ୍ତ୍ରୀ ନିଜ ବଗଡକୁ ପୂଜାକରିବାକୁ ଯାଇଥିଲେ । ସେଠାରେ ସନ୍ତୋଷ ଏବଂ ସଲମନ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇବା ପରେ ତାଙ୍କୁ ଏକ ବର୍ôସାଦ୍ୱାରା ଆକ୍ରଣଣ କରିଥିଲେ । ବଗଡର ଅପର ପାଶ୍ୱର୍ରେ ଥିବା ପଟ୍ରଙ୍କ ସ୍ତ୍ରୀ ସବିତା ଏହି ଘଟଣା ଦେଖିଦେବା ଯୋଗୁଁ ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବାପରେ ପୋଲିସ ସନ୍ତୋଷ ମଲ୍ଲିକ ଓ ସଲମନ ମଲ୍ଲିକଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆର୍‌.ଉଦଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ