ବାଇକକୁ ପିଟିଲା ବୋଲେରୋ, ଦୁଇ ଆହତ
ହାଟଡ଼ିହି : ଆନନ୍ଦପୁର ଭଦ୍ରକ ରାସ୍ତାର ଚଣ୍ଡୀଆ ବିରଞ୍ଚିପୁର ଛକ ନିକଟରେ ଏକ ବୋଲେରୋ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ମରୈଗାଁ ଗ୍ରାମର ଦୁଇଜଣ ଯୁବକ ଏକ ବାଇକରେ ବସନ୍ତିଆ ଆଡୁ ନିଜ ଗ୍ରାମକୁ ଫେରୁଥିବାବେଳେ ଆନନ୍ଦପୁର ପଟୁ ଯାଉଥିବା ଏକ ବୋଲେରୋ ଗାଡି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ବୋଲେରୋ ଚାଳକ ଜଣକ ଗାଡି ଛାଡିଦେଇ ଫେରାର ହୋଇଯାଇଥିଲା । ଏହାକୁନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତଜନା ପ୍ରକାଶ ପାଇଥିଲା ।