ବାତ୍ୟା ଫନିର ମୁକାବିଲା, ଥଇଥାନ ଓ ପୁନଃଉଦ୍ଧାର

ଭୁବନେଶ୍ୱର: (ଯୁଗାବ୍ଦ ନ୍ୟୁଜ) ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବାତ୍ୟା ଫନିର ମୁକାବିଲା, ଥଇଥାନ ଓ ପୁନଃଉଦ୍ଧାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ବାତ୍ୟାର ବିଭିଷିକା ପାଇଁ ଇତି ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସଂଘର ୨୬ତମ ବାର୍ଷିକ ସାଂସ୍କୃତିକ ମହୋତ୍ସବକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ସ୍ଥଗିତ ରଖିବା ସହ ବାତ୍ୟାର କରାଳ ରୂପରେ ଗଛ, ବିଦ୍ୟୁତ୍ ଖୁ ତଥା ଅନ୍ୟାନ୍ୟ ବସ୍ତୁ ଦ୍ୱାରା ଅବରୋଧ ହୋଇଯାଇଥିବା ରାସ୍ତା ଘାଟକୁ ପ୍ରାରମ୍ଭରୁ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଫାୟାର ସରର୍ଭିସ୍, ପୋଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବାତ୍ୟାର ପରବ ର୍ୀ ସମୟରେ ଅତ୍ୟାବଶକ ଜନସେବା ବିଦ୍ୟୁତ୍ ତଥା ପାନୀୟ ଜଳ ଯୋଗାଣରେ ପ୍ରଶାସନକୁ ସହାୟତା କରିବା ସହ ବିଭିନ୍ନ ଅତ୍ୟାବଶକ ସାମଗ୍ରିର କଳାବଜାରି ଉପରେ କଟକଣା ଲଗାଇବା ପାଇଁ ପ୍ରଚେଷ୍ଟା କରାଯାଇଥିଲା । ଏଥି ସହ ଧ୍ୱଂସ ବିଧ୍ୱସ୍ତ ହୋଇ ଯାଇଥିବା ବିଭିନ୍ନ ଜରୁରୀ କାଳୀନ ସେବା ଯଥା ବିଦ୍ୟୁତ୍, ପାଣି, ମୋବାଇଲ ନେଟୱାର୍କ, ଇ ରନେଟ୍ ସେବା, ପରିମଳ ବ୍ୟବସ୍ଥା, ସଫେଇ କାର୍ଯ୍ୟକ୍ରମ ପ୍ରଭୃତିକୁ ପୁନର୍ବାର ସେବାକୁ ଫେରାଇଆଣିବା ତଥା ପ୍ରଚଣ୍ଡ ଖରାକୁ ଭୃକ୍ଷେପ ନକରି ପ୍ରାଣମୂର୍ଚ୍ଛା କରୁଥିବା ବିଭିନ୍ନ ସରକାରୀ ବିଭାଗ ଯଥା ସେସୁ, ବି.ଏମ୍.ସି, ପି.ଡବ୍ଲୁ.ଡି, ଅଗି୍ନଶମ ବିଭାଗ, ପୁଲିସ୍ ପ୍ରଶାସନ କର୍ମଚାରୀ ତଥା ନିୟୋଜିତ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟ ଯଥା ପାଉରୁଟି, କଦଳୀ, ଘୋଳ ଦହି, ଥଣ୍ଡା ପାଣିବୋତଲ, ବିସ୍କୁଟ ଇତ୍ୟାଦି ପ୍ରଦାନ କରାଯିବା ସହ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ପ୍ରଦାନ କରାଯାଇଥିଲା । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଶିଶିର କୁମାର ମହାରଣା, ଗୋବିନ୍ଦ ବିଶ୍ୱାଳ, ଅର୍ଜୁନ ଦେହୁରି, ବଟକୃଷ୍ଣ ପଣ୍ଡା, କୁମର ବାରିକ ତଥା ସଂଘର ମିଡିଆ ସେଲ ସଂପାଦକ ସୁକାନ୍ତ ରାଉତଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଅ ଳର ବିଭିନ୍ନ ସ୍ଥାନକୁ ବୁଲି ବୁଲି ଏହି ସେବା ଯୋଗାଇ ଥିଲେ । ପରବ ର୍ୀ କାର୍ଯ୍ୟକ୍ରମ ସ୍ୱରୂପ ମାତ୍ରାଧିକ ପ୍ରଭାବିତ ଜିଲ୍ଳା ଗୁଡିକର ରିଲିଫ୍ ଯୋଗାଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଜାଡିବାରେ ପଦକ୍ଷେପ ନିଆଯିବାକୁ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପ ି ନିଆଯାଇଛି । ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ତଥା ଦୁର୍ଦ୍ଦିନ ସମୟରେ ସଂଘର ଏହି ମନବୃ ିକୁ ସ୍ଥାନୀୟ ବୁଦ୍ଧିଜିବୀ ତଥା ଜନସାଧାରଣ ଭୂୟସୀ ପ୍ରସଂଶା କରିଛନ୍ତି । ସଂଘର ଏହିଭଳି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ