ନବରଙ୍ଗପୁର ଜିଲ୍ଲା ରେ ଦୁଇଟି ସ୍ଥାନରେ ଲକ ଡାଉନ

ନବରଙ୍ଗପୁର:ଚିନ୍ତା ରେ ଉମରକୋଟ ବାଣିଜ୍ୟ ସଂଘ ଛତିଶଗଡ ରୁ ତେଲ, ଡାଲି ଓ ନିତିଦିନିଆ ସାମଗ୍ରୀ ନ ଆସିବାରୁ ଆଜି ଉମରକୋଟ ମୁନୁସିପାଲଟି ରେ ଜରୁରୀ କାଳୀନ ବୈଠକ ରେ ନବରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ଗୁହାରି କଲେ ବାଣିଜ୍ୟ ସଙ୍ଗ ସଦସ୍ୟ.ନବରଙ୍ଗପୁର ଜିଲ୍ଲା ରେ ଆଜି ସକାଳ 7 ଟ ରୁ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ଏହି ଜରୁରୀକାଳୀନ ପରିସ୍ଥିତି କୁ ଲୋକୋଙ୍କୁ ସୂଚନା ଓ ସଚେତନା କରିବାପାଇଁ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହେଇ ଯାଇଛି । ଏହି ବୈଠକ ରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରାଇତା, ଉମରକୋଟ ତହସିଲଦାର, ବି ଡ଼ି ଓ , କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସହର ର ବାଣିଜ୍ୟ ସଂଗଠନ, ବସ ସଂଗଠନ, ମିଲ ମାଲିକ ସଂଘ ଯୋଗ ଦେଇଥିଲେ, କୋରାନା ବିଷୟରେ ସତର୍କତମୂଳକ ପଦକ୍ଷେପ କିପରି ନିଆଯିବ ଏବଂ ସହର ରେ ଜନସାଧାରଣ ଙ୍କୁ କିପରି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ତା ପ୍ରତି ଗୁରୁତ୍ବ ଦିଆଯାଇଛି।ଏହି ସମୟ ରେ ବାଣିଜ୍ୟ ସଂଘ ର ସଭାପତି ଲୁଲୁ ପାଣିଗ୍ରାହୀ କହିଥିଲେ ଉମରକୋଟ ସହର ବାଣିଜ୍ୟ ପାଇଁ ପୁରା ଭରସା କରେ ଛତିଶଗଡ କୁ ହେଲେ ଆଜିର ଏହି ବିପଦ ସମୟ ଛତିଶଗଡ ର ବ୍ୟବସାୟୀ ମାନେ ନିତିଦିନିଆ ବ୍ୟବହାର କରୁଥିବା ସାମଗ୍ରୀ ଓଡ଼ିଆ ପଠେଇବା ପାଇଁ ମନା କରିଛନ୍ତି ଏହା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଏବେ ଜରୁରୀ ହୋଇ ପଡିଛି କହିଥିଲେ, ସହର ଓ ବିଭିନ୍ନ ଗ୍ରାମ କୁ ବାହାର ରାଜ୍ୟ ରୁ ଆସୁଥିବା ଶ୍ରମିକ ଓ ଲୋକଂକ ଉପରେ ନଜର ରଖିବା ପାଇଁ ଗୁରୁତ୍ବ ଦିଆ ଯାଇଛି । ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ଗୁରୁତ୍ବ ଦିଆ ଯାଇଛି ।ବୈଠକ ରେ ଯାହାସବୁ ଆଲୋଚନା ହେଲା ତାହା କୁ ଉପଜିଲ୍ଲାପାଳ ଓ ଅନ୍ୟ ମାନେ ଗୁରୁତ୍ୱ ସହ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ

Share

Leave a Reply

Your email address will not be published. Required fields are marked *

error: Content is protected !!