ଟଙ୍କା ଦେଣନେଣକୁ ନେଇ ସମଣାରେ ମାଡପିଟ, ଦୁଇ ଆହତ

ହାଟଡ଼ିହି:ହାଟଡିହି ବ୍ଲକ ସମଣା ଗ୍ରାମରେ ଟଙ୍କା ଉଧାର ଦେବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ସନାତନ ରାଉତ ଓ ସମର ସାହୁଙ୍କ ଭିତରେ ଗତ ୪ବର୍ଷ ପୁର୍ବେ ଟଙ୍କା ଦେଣନେଣ ହୋଇଥିଲା । କିନ୍ତୁ ଟଙ୍କା ନେଇଥିବା ବ୍ୟକ୍ତି ଟଙ୍କା ଫେରସ୍ତ ନକରିବାୁରୁ ଗତକାଲି ଗାଁରେ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ବୈଠକ ହୋଇଥିଲା । କିନ୍ତୁ ଏହି ବୈଠକ ଚାଲିଥିବାବେଳେ ଉଭୟଙ୍କ ଭିତରେ କଥା କଟାକଟି ହୋଇ ସଂଘର୍ଷର ସୁତ୍ରପାତ ହୋଇଥିଲା । ଉଭୟଙ୍କ ପରିବାର ଏଥିରେ ସାମିଲ ହୋଇ ପରଷ୍ପରକୁ ଟେକାପଥର ମାଡ କରିବାରୁ ସନାତନ ଓ ସମର ଉଭୟ ଆହତ ହୋଇଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଉଭୟ ପକ୍ଷରୁ ନନ୍ଦିପଦା ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ