ଆମେରିକା କରେନ୍ସି ମନିଟରିଂ ତାଲିକାରୁ ବାଦ୍ ପଡିଲା ଭାରତ

ୱାଶିଂଟନ୍, (ଏଜେନ୍ସି): ସରକାରଙ୍କ କିଛି ନିର୍ଦ୍ଧିଷ୍ଟ ପଦକ୍ଷେପ କାରଣରୁ ଟ୍ରମ୍ପ ପ୍ରଶାସନ ଭାରତକୁ କରେନ୍ସି ମନିଟରିଂ ଲିଷ୍ଟରୁ ବାଦ୍ ଦେଇଛନ୍ତି । ଏହି ତାଲିକାରେ କେତେକ ବଡ଼ ବଡ଼ ବ୍ୟବସାୟିକ ସହଯୋଗୀ ସାମିଲ ହୋଇଥାନ୍ତି । ଭାରତ ବ୍ୟତୀତ ସ୍ୱିଜର୍ଲ୍ୟାଣ୍ଡକୁ ମଧ୍ୟ ଏହି ତାଲିକାରୁ ହଟାଇ ଦିଆଯାଇଛି । ଏହି ତାଲିକାରେ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଜର୍ମାନୀ, ଇଟଲୀ, ଆୟର୍ଲ୍ୟାଣ୍ଡ, ସିଙ୍ଗାପୁର, ମାଲେସିଆ ଓ ଭିଏତନାମାକୁ ସାମିଲ କରାଯାଇଛି । ଆମେରିକାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ କିଛି ପଦକ୍ଷେପ ଯୋଗୁଁ ମୁଦ୍ରାନୀତିକୁ ନେଇ ଥିବା ଆଶଙ୍କା ଦୂର ହୋଇଛି । ଆମେରିକାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଭାରତକୁ ତାଲିକାରୁ ଏଥିପାଇଁ ବାଦ୍ ଦିଆଯାଇଛି, କାହିଁକି ନା ତିନୋଟି ବିଭାଗ ମଧ୍ୟରୁ ଏହା କେବଳ ଗୋଟିଏରେ ହିଁ ପ୍ରତିକୂଳ । ତାହା ହେଉଛି ଆମେରିକା ସହିତ ଦ୍ୱିପକ୍ଷୀୟ ଅଧିଶେଷ । ୨୦୧୭ରେ ବିଦେଶୀ ମୁଦ୍ରା ଭଣ୍ଡାର କ୍ରୟ ପରେ ୨୦୧୮ରେ ସରକାର ଲଗାତାର ରିଜର୍ଭ ବିକ୍ରି କରିଛନ୍ତି । ଏହା ଦ୍ୱାରା ବିଦେଶୀ ମୁଦ୍ରା ଭଣ୍ଡାରର ସମୁଦାୟ ବିକ୍ରି ଜିଡ଼ିପିର ୧.୭%ରେ ପହଞ୍ଚିଥିଲା । ଏଥିରେ ଭାରତ ନିକଟରେ ଆଇଏମ୍ଏଫ୍ ମ୍ୟାଟ୍ରିକ୍ ଦୃଷ୍ଟିରୁ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ଭଣ୍ଡାର ରହିଥିବା କୁହାଯାଇଛି । ରିପୋର୍ଟ ଅନୁସାରେ ଉଭୟ ଭାରତ ଓ ସ୍ୱିଜର୍ଲ୍ୟାଣ୍ଡରେ ବିଦେଶୀ ମୁଦ୍ରା କ୍ରୟରେ ୨୦୧୮ରେ ହ୍ରାସ୍ ଦାଏର କରାଯାଇଥିଲା । ଟ୍ରେଜରୀ ରିପୋର୍ଟର ୪୦ ପୃଷ୍ଠାରେ କୁହାଯାଇଛି ଯେ ଉଭୟ ଭାରତ ଓ ସ୍ୱିଜର୍ଲ୍ୟାଣ୍ଡକୁ ଏକତରଫା ଦଖଲ ଦେବାର ଦାୟୀ ନୁହେଁ । ଏଥିପାଇଁ ଏହି ଦେଶ ଦ୍ୱୟକୁ ତଦାରଖ ତାଲିକାରୁ ବାଦ୍ ଦିଆଯାଇଛି । ପ୍ରକାଶ ଯେ ଭାରତକୁ ପ୍ରଥମ ଥର ପାଇଁ ମଇ ୨୦୧୮ରେ ୟୁଏସ୍ କରେନ୍ସି ମନିଟରିଂ ତାଲିକାରେ ସାମିଲ କରାଯାଇଥିଲା । ଏଥିସହିତ ଚୀନ୍, ଜର୍ମାନୀ, ଜାପାନ, ଦକ୍ଷିଣ କୋରିଆ ଓ ସ୍ୱିଜର୍ଲ୍ୟାଣ୍ଡକୁ ମଧ୍ୟ ସାମିଲ କରାଯାଇଥିଲା । ଅନ୍ୟ ଏକ ରିପୋର୍ଟରେ ଟ୍ରେଜରୀ ପକ୍ଷରୁ କୁହାଯାଇଛି ଯେ ଭାରତ ସୁଧାର କରିଛି । ଅନ୍ୟ ଏକ ରିପୋର୍ଟରେ କରେନ୍ସି ମାନ୍ୟୁପୁଲେସନ୍ ତାଲିକାରେ ଏହାର ନାମ ହଟାଇ ଦିଆଯିବ ବୋଲି ଉଲ୍ଲେଖ କରାଯାଇଛି । ଆର୍ଥିକ ବର୍ଷ ୨୦୧୮ର ପ୍ରଥମ ଷାଣ୍ମାସିକ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା କରାଯାଇଥିବା ବିକ୍ରି ଦ୍ୱାରା ଜୁନ୍ ୨୦୧୮ ପର୍ଯ୍ୟନ୍ତର ଚତୁର୍ଥ ତ୍ରୈମାସରେ ବିଦେଶୀ ମୁଦ୍ରାର ଶୁଦ୍ଧ କ୍ରୟ ହୋଇ ୪ଅରବ ଡଲାର ତଥା ସକଳ ଘରୋଇ ଉତ୍ପାଦ ଦୃଷ୍ଟିରୁ ୦.୨%ରେ ରହିଛି । ତେବେ ଆମେରିକା, ଚୀନ୍କୁ ଚଳିତ ଥର ମଧ୍ୟ ତାଲିକାରେ ସ୍ଥାନ ଦେଇଛି, ହେଲେ କରେନ୍ସି ମାନ୍ୟୁପୁଲେସନ୍ ତାଲିକାରୁ ବାଦ୍ ଦେବାକୁ ମନା କରିଛି । ମନ୍ତ୍ରଣାଳୟ ଏହି ରିପୋର୍ଟରେ ପ୍ରକାଶ କରିଛି ଯେ କୌଣସି ବି ଦେଶ କରେନ୍ସି ମାନ୍ୟୁପୁଲେସନ୍ ସର୍ତ୍ତରେ ଭୁଲ୍ ପ୍ରମାଣିତ ହୋଇନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ