ବିପଦରେ ଛୋଟ ଇ-କମର୍ସ କମ୍ପାନୀଗୁଡିକର ସ୍ଥିତି

ମୁମ୍ବାଇ, (ଏଜେନ୍ସି): ଇଣ୍ଡିଆନ୍ ଇ-କମର୍ସ ଇଣ୍ଡଷ୍ଟ୍ରୀରେ ଏକତ୍ରୀକରଣର ଆଉ ଏକ ଅବସ୍ଥା ଚାଲିଛି, ଯେଉଁଥିରେ ଛୋଟ ଇ-ଟେଲର୍ସକୁ ନିଜର ସ୍ଥିତି ରକ୍ଷା କରିବାରେ ସମସ୍ୟା ହେଉଛି । ସମୁଦାୟ ପାଖାପାଖି ୪୦କୋଟି ଡଲାରର ଇନ୍ଭେଷ୍ଟର କ୍ୟାପିଟାଲ ସଂଗ୍ରହ କରିବା ପରେ ଗତ କିଛି ମାସରେ ଶପ୍କ୍ଲ୍ୟୁଜ୍, କ୍ରାଫ୍ଟସଭିଲା, ଭୁନିକ୍, ଭୁପ୍ଲର୍ ଓ ଏଲେନିକ୍ ପରି କେତେକ ଛୋଟ ଅନ୍ଲାଇନ୍ ମାର୍କେଟ୍ପ୍ଲେସ୍ ନିଜ କାରବାର ବନ୍ଦ କରୁଛନ୍ତି କିମ୍ବା ନିଜ ବ୍ୟବସାୟ ମଡ଼େଲ୍ ପରିବର୍ତ୍ତନ କରୁଛନ୍ତି ଅଥବା ସମ୍ପୂର୍ଣ୍ଣ ବ୍ୟବସାୟ ବିକ୍ରି କରିବା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏଥିମଧ୍ୟର ଅଧିକତର ୱେବ୍ ରିଟେଲର୍ସ ଛୋଟ ସହରର କ୍ରେତାଙ୍କୁ ଧ୍ୟାନରେ ରଖି ବ୍ୟବସାୟ କରୁଥିଲେ ଏବଂ ଛୋଟ ବ୍ୟବସାୟୀଙ୍କ ଉତ୍ପାଦ ବିକ୍ରି କରୁଥିଲେ । ତେବେ ଇଣ୍ଡିଆନ୍ ଇ-କମର୍ସ ବଜାରରେ ଅଭିବୃଦ୍ଧି ମନ୍ଥର ହେବା ସହିତ ୱାଲମାର୍ଟର ଫ୍ଲିପ୍କାର୍ଟ ଓ ଆମାଜନ୍ର ଏହି ଇଣ୍ଡଷ୍ଟ୍ରିରେ ପତିଆରା କାରଣରୁ ଅନ୍ୟ ଇ-ଟେଲର୍ସଙ୍କ ସମ୍ମୁଖରେ ଅସ୍ତିତ୍ୱର ସଙ୍କଟ ସୃଷ୍ଟି ହୋଇଛି । ଏହି କମ୍ପାନୀଗୁଡ଼ିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିବା ସଂସ୍ଥା ନିଜ ଇନ୍ଭେଷ୍ଟମେଣ୍ଟ ରାଇଟ୍ ଅଫ୍ କରିନେଇଛନ୍ତି କିମ୍ବା ସେମାନେ ଏଥିରେ ଆଉ ଅଧିକ ଟଙ୍କା ନିବେଶ କରିବାକୁ ଚାହୁଁନାହାଁନ୍ତି । ଲଜିଷ୍ଟକ୍ସ କମ୍ପାନୀଗୁଡ଼ିକ ଓ ଇଣ୍ଡଷ୍ଟ୍ରୀର ଆକଳନ ଅନୁସାରେ, ଏଥିମଧ୍ୟରୁ ଅଧିକତର ମାର୍କେଟ୍ପ୍ଲେସ୍ଜେ ମାମଲାରେ ପରିଧାନ ବିଭାଗରେ ରିଟର୍ଣ୍ଣ ରେଟ୍ ୩୫-୪୦% ଥିବା ବେଳେ ଫ୍ଲିପ୍କାର୍ଟର ମିନ୍ତ୍ରା ତଥା ଆମାଜନ୍ ଫାଶନ୍ ମାମଲାରେ ଆକଳନ ୨୦% ପାଖାପାଖି ରହିଛି । ଲଜିଷ୍ଟିକ୍ସ କମ୍ପାନୀଗୁଡ଼ିକ ଅନୁସାରେ ରିଟର୍ଣ୍ଣ ଟୁ ଓରିଜିନ୍ ଏହି କମ୍ପାନୀଗୁୂଡ଼ିକ ପାଇଁ ୧୦-୧୫% ପର୍ଯ୍ୟନ୍ତ ଥିଲା । ଅଲ୍ ଇଣ୍ଡିଆ ଅନ୍ଲାଇନ୍ ଭେଣ୍ଡର୍ସ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ଶିପିଂ କଷ୍ଟ ଆନୁମାନିକ ୬୫ଟଙ୍କା ଓ ରିଭର୍ସ ଶିପିଂ କଷ୍ଟ ମଧ୍ୟ ୭୫ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ