ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…..

ମେଷ – ସୁଖବର ମିଳିବ, ଆର୍ଥିକ ସ୍ୱଚ୍ଛଳତାର ବାଟ ଖୋଲିିବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ, ରାଜନିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢି. ଛାତ୍ରଛାତ୍ରୀମାନେ ମନମୁତାବକ ସମସ୍ତ କାର୍ଯ୍ୟ ସମାପନ କରିବେ ।

ବୃଷ- କର୍ମ କ୍ଷେତ୍ରରେ ଶତ୍ରୁଙ୍କର ପ୍ରଭାବରେ କ୍ଷତି ସହିବାକୁ ପଡିପାରେ, ଯାନବାହାନ ଓ ବିଦ୍ୟୁତ ସମ୍ଭନ୍ଧିୟ ସତର୍କତା, ଜିବନସାଥିର କଟୁବାକ୍ୟ ଆଦି ବ୍ୟଥିତ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।

ମିଥୁନ – ପ୍ରତିକୂଳ ସମୟର ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।

କର୍କଟ- କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ତଥା ପ୍ରେମିଜୁଗଳଙ୍କ ପାଇଁ ଅଦିକ ଶୁଭ ରହିବ, ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଜନ ସମର୍ଥନ ବଢିବା ସହିତ ନୁତନ ଆଶାର ସଂଚାର ହେବ ।

ସିହଂ – କର୍ମକ୍ଷେତ୍ରରେ ବହୁଦିନରୁ ଅଟକ ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ, ସମସ୍ତ କ୍ଷେତ୍ରରେ ଧନ ସମ୍ମାନ ମିଳିବ ଓ ସାଂସାରିକ କ୍ଷେତ୍ରରେ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।

କନ୍ୟା – ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ, କର୍ମ କ୍ଷେତ୍ରରେ ଉର୍ଣ୍ଣତି, ଆର୍ଥିକ ସ୍ୱଚ୍ଛଳତା ଆଦି ଶୁଭତ୍ୱ ରହିଛି ଫଳରେ ଉତ୍ସାହ ଭରା ପରିବେଷ ଦିନଭରି ରହିବ ।

ତୁଳା – ପରିବାର ସଦସ୍ୟଙ୍କର ସାହାର୍ଯ୍ୟ ସହଯୋଗ ରହିବ, ରାଜକିୟ ସମ୍ମାନ ମିଳିବ, ଶରିର ସୁସ୍ଥ ର୍‌ହିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମନମୁତାବକ କାର୍ଯ୍ୟ ସମାପନ କରିବେ ।

ବିଛା – ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନର ସମ୍ପୂର୍ଣ ସୁଯøାଗ ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ ।

ଧନୁ – ଶୁଭ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ନୂତନ ଦ୍ରବ୍ୟାଦି କ୍ରୟ କରିପାରନ୍ତି, ପୁରୁଣା ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

ମକର – ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।

କୁମ୍ଭ – କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ମନରେ ଦୈନ୍ୟ ଭାବ ଷୃଷ୍ଟି ହେବ, ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ, କର୍ମକ୍ଷେତ୍ରରେ ଅଶାନ୍ତି, ଭାତୃବିବାଦ ଆଦି ରହିବ ।

ମିନ – କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । କୌଣସି ସାମାଜସେବା ଯୋଜନାରେ ସଫଳ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ