ଶୁକ୍ରବାର ଠାରୁ +୨ ପରୀକ୍ଷା ଆରମ୍ଭହିଞ୍ଜିଳିକାଟୁ ସ୍ୱଂୟଶାସିତ କଲେଜ ପରୀକ୍ଷାକେନ୍ଦ୍ରରେ ୧୧୯୩ ପାରୀକ୍ଷାର୍ଥୀ
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ବିଞାନ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେବ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲୁ ରହିବ । ପରୀକ୍ଷା ପ୍ରତ୍ୟେହ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟାରେ ସମାପ୍ତ ହେବ । ଯୁକ୍ତ ୨ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ କଲେଜର ପରୀକ୍ଷାର୍ଥୀ ସମେତ ୫ ଟି ବେସରକାରୀ କଲେଜର ମୋଟ ୧୧୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ସ୍ଥାନୀୟ କଲେଜ ସମେତ ବ୍ରହ୍ମପୁରର ବିଣାପାଣି କଲେଜ, ଗାୟତ୍ରୀ କଲେଜ, ଏସଏମ଼ଆଇଟି, ସିଷ୍ଟ୍ରି କଲେଜ ଓ ଶ୍ରୀ ସାଇ କଲେଜର ପରୀକ୍ଷାର୍ଥୀ ମାନେ ମଧ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି । ବିଞାନ ବିଭାଗରେ ୫୫୬(ରେଗୁଲାର୫୦୭ ଓ ଏକ୍ସ ରେଗୁଲାର ୭), କଳାରେ ୩୭୮(ରେଗୁଲାର ୩୦୫ , ଏକ୍ସ ରେଗୁଲାର ୨୩ ଓ ପତ୍ର ବିନିମୟ ପାଠ୍ୟକ୍ରମରେ ୫୦), ବାଣିଜ୍ୟରେ ୨୫୯(ରେଗୁଲାର୨୪୩ ଓ ଏକ୍ସ ରେଗୁଲାର ୧୬) ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିରିକୃତ ହୋଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ, ସିଏଚ ଚନ୍ଦ୍ରଶେଖର ପୃଷ୍ଟିଙ୍କ ସୁତ୍ରରୁ ପ୍ରକାଶ ।


