ବିଧାନସଭା କୋଠାକୁ କରାଯିବ ସଂକ୍ରମଣମୁକ୍ତ

ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନର କନ୍‌ଭେନସନ୍‌ ହଲ୍‌କୁ ଯିବ ବିଧାନସଭା। ବଜେଟ୍‌ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍‌ଭେନସନ୍‌ ହଲ୍‌ରେ ହେବ ବୋଲି ସୂଚନା ମିଳିଛି। ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ତୃତୀୟ ପଜିଟିଭିଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ ଦରକାର। ଏଥିପାଇଁ ବିଧାନସଭା କୋଠାରେ ବିଧାନସଭା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍‌ଭେନସନ୍‌ ହଲ୍‌ରେ ଦୁଇ ମିଟର ଅନ୍ତରରେ ବିଧାୟକମାନେ ବସିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି କେତେ ବିଧାୟକ ବିଧାନସଭା ଆସିବେ, ସେନେଇ ନେତାମାନଙ୍କୁ କୁହାଯାଇଛି। ୩୦ପ୍ରତିଶତ ବିଧାୟକଙ୍କୁ ବିଧାନସଭାରେ ରହିବେ ବୋଲି ସୂଚନା ରହିଛି। ସେହିପରି ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ