ଇଣ୍ଡଷ୍ଟ୍ରିଆଲ ଗ୍ୟାସ, ଅକ୍ସିଜେନ ଓ ପେଟ୍ରୋଲିୟମ ଏକ୍ସଗ୍ଲୋସିଭ ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ

ନୂଆଦିଲ୍ଲୀ : ଶିଳ୍ପ ସଂସ୍ଥାରେ ବ୍ୟବହୃତ ଇଣ୍ଡଷ୍ଟ୍ରିଆଲ ଗ୍ୟାସ, ଅକ୍ସିଜେନ ଓ ପେଟ୍ରୋଲିୟମ ବିସ୍ଫୋରକ (ଏକ୍ସଗ୍ଲୋସିଭ) ଯୋଗାଣକୁ ସ୍ୱାଭାବିକ ତଥା ସୁସଂହତ କରିବା ପାଇଁ ପେଟ୍ରୋଲିୟମ ଓ ଏକ୍ସଗ୍ଲୋସିଭ ସେଫ୍ଟି ପ୍ରତିଷ୍ଠାନ (ପେସୋ) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଦେଶର ହସ୍ପିଟାଲଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ ଯୋଗାଣ ସହିତ ଶିଳ୍ପୋଦ୍ୟୋଗରେ ବ୍ୟବହୃତ ଗ୍ୟାସ ଓ ଏକ୍ସଗ୍ଲୋସିଭ (ବିସ୍ଫୋରକ ଯୋଗାଣକୁ ସୁବ୍ୟବସ୍ଥିତ ଏବଂ ସ୍ୱାଭାବିକ କରିବାକୁ ପେସୋ ଉଦ୍ୟମ ଚଳାଇଛି । ଏହିସବୁ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ ଯୋଗାଣରେ ଯେପରି କୌଣସିି ପ୍ରତିବନ୍ଧକ ନରହେ ତାହା ନିଶ୍ଚିତ କରିବାକୁ କୁହାଯାଇଛି । କରୋନା ଭୂତାଣୁର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା କାରଣରୁ ଏସବୁ ଗ୍ୟାସର ଅଭାବ ଦେଖା ଦେବାର ସମ୍ଭାବନା ରହିଛି । ତେଣୁ ଆଗ୍‌ୁଆ ପଦକ୍ଷେପମାନ ଗ୍ରହଣ କରି ଏହି ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ନିରନ୍ତର କରିବାକୁ ମେସୋକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ