ଶାଳପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି ମୁଣ୍ଡିଗଡ଼ବାସୀ

ତୁମୁଡ଼ିବନ୍ଧ: କରୋନା ଭୟ ପରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳଗୁଡ଼ିକରେ ବଜାରରେ ଆଉ ମିଳୁନି ମାସ୍କ । ଗ୍ରାମାଞ୍ଚଳ ଲୋକେ କିଏ କେମିତି ସିଲେଇ କରି କିମ୍ବା ସଂଗ୍ରହ କରି ମାସ୍କ ପିନ୍ଧି କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଉଦ୍ୟମ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ରହୁଥିବା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମର ଲୋକେ ଏ ଦିଗରେ ପଛରେ ପଡ଼ିନାହାନ୍ତି । ନିଜେ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସଚେତନ କରୁଛନ୍ତି । ଦେଶରେ ବଢ଼ି ବଢ଼ି ଚାଲିଥିବା ମହାମାରୀ କରୋନା ଭୂତାଣୁକୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥାସାଧ୍ୟ ପଦକ୍ଷେପ ନେଇଛନ୍ତି । ଜଙ୍ଗଲରୁ ଶାଳପତ୍ର ତୋଳି ଆଣି ସେଥିରେ ମାସ୍କ ତିଆରି କରି ମୁହଁରେ ପିନ୍ଧୁଛନ୍ତି । ଯାହାକି ସହରରେ ରହି ବି ମାସ୍କ ବ୍ୟବହାର କରୁନଥିବା ଲୋକଙ୍କ ପାଇଁ ଏକ ସଚେତନତାର ବାର୍ତ୍ତା ସାଜିଛି । ଏହା ସହ ସେମାନେ ଗାଁ ମୁଣ୍ଡରେ ଲକଡାଉନ ଲେଖାଥାଇ ପୋଷ୍ଟର ମାରିଛନ୍ତି । ଏହା ସହ ଗାଁ ଭିତରକୁ ବାହାର ଲୋକ ଏବଂ ଗାଁ ବାହାରକୁ ଯିବା ପାଇଁ ବାରଣ କରୁଛନ୍ତି । ଗାଁ ମୁଣ୍ଡରେ ବାଲଟି, ମଗ ଓ ସାବୁନ ରଖି ଲୋକଙ୍କୁ ଧୋଇବାକୁ ସଚେତନ କରାଉଛନ୍ତି । ଏହି ସଚେତନତା ଅଭିଯାନରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ଓ କିଛି ଯୁବକ, ମହିଳା ଓ ଉଦ୍ୟମୀ ବ୍ୟକ୍ତି ସାମିଲ ହୋଇଛନ୍ତି । କେବଳ ମୁଣ୍ଡିଗଡ଼ ନୁହେଁ; ଏହି ବାର୍ତ୍ତା ଅନ୍ୟ ନିକଟ ପଞ୍ଚାୟତ ଓ ଗ୍ରାମକୁ ମଧ୍ୟ ପ୍ରଦାନ କରିବା ସହ ନିଜ ସ୍ୱାସ୍ଥ୍ୟ ନିଜେ ଜଗିବା ଓ ନିଜ ଗାଁକୁ ମଧ୍ୟ ସୁସ୍ଥ ରଖିବା ପାଇଁ ଗ୍ରାମବାସୀ ଏବେ ଉଦ୍ୟମ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ