ବିଜେପୁର ପାଇଁ ହାତ ଖୋଲିଦେଲେ ନବୀନ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିବା ପରେ ଜନସାଧାରଣ ଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପାଳନ କରୁଛନ୍ତି ମୁଖ୍ୟମନ୍ତ୍ୀ ନବୀନ ପଟ୍ଟନାୟକ । ପ୍ରଥମେ କାଳିଆ ଯୋଜନା ରେ ଚାଷୀ ଙ୍କୁ ସାମିଲ କରିବା ପରେ ଏସଏଚଜି ଗୃପ କୁ ଏକ ହଜାର କୋଟି ଟଙ୍କା ର କାମ ଦେବା ପାଇଁ ଅନୁମୋଦନ କରିଛନ୍ତି । ପ୍ରଥମ ଥର ପାଇଁ ବିଜେପୁର୍ର ନିର୍ବାଚିତ ହୋଇ ନବୀନ ହାତ ଖୋଲି ଅନୁକମ୍ପାଲ ଦେଇଛନ୍ତି । ଯେତେବେଳେ ସେ ନିର୍ବାଚନକୁ ଓହ୍ଲାଇଥିଲେ ସେ କହିଥିଲେ ବିଜେପୁର ର ଉନ୍ନତି ମୋର ପ୍ରଥମ କର୍ତ୍ତବ୍ୟ ,ସେହି ଅନୁସାରେ ଦେଇଥିବା କଥା ରଖିଛନ୍ତି ନବୀନ । ଘୋଷଣା କରିଥିବା ପ୍ୟାକେଜ ଅନୁସାରେ ୩୪ ହଜାର ପରିବାର ଙ୍କୁ କଚା ଘର କୁ ପକ୍କା ଘରରେ ପରିଣତ କରାଯିବ । ଏହା ଛଡା ବରଗଡ ଜିଲ୍ଲା ର ୫୦୫ ଟି ଗ୍ରାମରେ ବସବାସ କରୁଥିବା ୭ ଲକ୍ଷ ଜନସଂଖ୍ୟା ରୁ ପାନୀୟ ଜଳ ଯୋଗାଇ ଦେବା ଲାଗି ୨ ଟି ବୃହତ ଜଳ ପ୍ରକଳ୍ପ କରାଯିବ ।ଏଥିର ପାଖାପାଖି ୧୧ ହଜାର ୨୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜେପୁର ଏନଏସି ର ଭିତ୍ତଭୂମି ପାଇଁ ପୃଥକ ଭାବେ ୪୦ କୋଟି କୃଷି ପାଇଁ ସ୍ୱତନ୍ତ୍ର ଫିଚର ଦକ୍ଷିଣ ବିକାଶ କେନ୍ଦ୍ର ଆରଆଇ ଅଫିସ ,ଆଇଟିଆଇ କେନ୍ଦ୍ର , ଡାକ୍ତର ଖାନା , ସଡକ ସେଥିପାଇଁ ୮୨ କୋଟି ଚାଷୀ ମାନଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବାପାଇଁ ୩୩ କେବି ଲାଇନ ୧୨୫ କିଲୋମିଟର ୧୧ କେବି ଲାଇନ ନିର୍ମାଣ କରାଯିବ । ଏହା ବ୍ୟତିତ ଭୋଲଟେଇଜ ର ଉନ୍ନତି ପାଇଁ ୫୦ ଟି ନୂତନ ପରିବହନ ଟ୍ରାନସଫରମର ସ୍ଥାପନା କରାଯିବ । ଏହି ସବୁ ପ୍ରକଳ୍ପ ରୁ କାର୍ଯ୍ୟକାରିତା ଅଗ୍ରଗତି ନିମନ୍ତେ ପ୍ରତି ୨ ମାସ ରେ ଥରେ ରିଭ୍ୟୁ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ