କରୋନା ମୁକାବିଲା : ୫୨ ଲକ୍ଷ ଟଙ୍କା ଦେଲେ ସୁରେଶ ରାଇନା

ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍‌ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍‌ ବାମହାତୀ କ୍ରିକେଟର ସୁରେଶ ରାଇନା ୫୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍‌ କେୟାର ଫଣ୍ଡକୁ ରାଇନା ୩୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୨୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ