ଟେଲିଭିଜନର ସୁବର୍ଣ୍ଣ ଯୁଗ ଫେରାଇ ଆଣିଛି ଦୂରଦର୍ଶନ

ଡିଡି ଚ୍ୟାନେଲ, ଲୋକସଭା ଟିଭି, ରାଜ୍ୟସଭା ଟିଭି ଚ୍ୟାନେଲର ବାଧ୍ୟତାମୂଳକ ପ୍ରସାରଣ ପାଇଁ କେବୁଲ ଅପରେଟରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଦୂରଦର୍ଶନ ନିଜର ସୁବର୍ଣ୍ଣ ଯୁଗ ସୋ’ଗୁଡ଼ିକୁ ଟେଲିଭିଜନକୁ ଫେରାଇ ଆଣିବା ପାଇଁ ଯୋଜନା ରଖିଛି । ନିମ୍ନଲିଖିତ ସୋ’ଗୁଡ଼ିକ ପୁନଃପ୍ରସାରଣ ହେବାକୁ ଧାର୍ଯ୍ୟ ହୋଇଛି ।
୧. ଚାଣକ୍ୟ: ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୪୭ଟି ଅଧ୍ୟାୟର ଏହି ସୋ’ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି ।
୨. ଉପନିଷଦ୍ ଗଙ୍ଗା: ଚିନ୍ମୟ ମିସନ ଟ୍ରଷ୍ଟ ଦ୍ୱାରା ପ୍ରାୟୋଜିତ ତଥା ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୫୨ଟି ଅଧ୍ୟାୟର ଏହି ସୋ’ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଧାର୍ଯ୍ୟ ହୋଇଛି ।
୩. ଶକ୍ତିମାନ: ମୁକେଶ ଖାନ୍ନା ଅଭିନୀତ ଏହି ପ୍ରସିଦ୍ଧ ସିରିଆଲ ୨୦୨୦ ଏପ୍ରିଲରୁ ଡିଡି ନ୍ୟାସନାଲ ନେଟୱର୍କରେ ଅପରାହ୍ଣ ୧ଟାରେ ଘଂଟାଏ ଲେଖାଏଁ ପ୍ରସାରଣ ହେବ ।
୪. ଶ୍ରୀମାନ ଶ୍ରୀମତୀ: ମାର୍କଣ୍ଡ ଅଧିକାରୀଙ୍କ ଦ୍ୱାରା ପ୍ରାୟୋଜିତ ଏହି କମେଡି ସୋ’ ୨୦୨୦ ଏପ୍ରିଲରୁ ଡିଡି ନ୍ୟାସନାଲରେ ଅପରାହ୍ଣ ୨ଟାରେ ପ୍ରସାରଣ ହେବ ।
୫. କ୍ରିଷ୍ଣା କଳି: ୧୮ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ଡିଡି ନ୍ୟାସନାଲରେ ସକାଳ ୮.୩୦ଟାରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି ।
ଉପରୋକ୍ତ ଟେଲିଭିଜନ ସିରିଆଲଗୁଡ଼ିକ ପ୍ରସାରଣ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ନିମ୍ନଲିଖିତ ସୁବର୍ଣ୍ଣ ଯୁଗ ସୋ’ ୨୦୨୦ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇସାରିଛି ।
୧. ରାମାୟଣ: ରାମାନନ୍ଦ ସାଗରଙ୍କ ଏହି ପୌରାଣିକ ଧାରାବାହିକ (୩୫ ମିନିଟ୍ ଲେଖାଏଁର ୭୮ଟି ଅଧ୍ୟାୟ ଏବଂ ୩୦ ମିନିଟ୍ ଲେଖାଏଁର ୩୦ଟି ଅଧ୍ୟାୟ) ଡିଡି ନ୍ୟାସନାଲରେ ପ୍ରତିଦିନ ସକାଳ ୯ଟା ଏବଂ ସନ୍ଧ୍ୟା ୯ଟାରେ ପ୍ରସାରଣ ଆରମ୍ଭ ହୋଇଛି ।
୨. ମହାଭାରତ: ୯୭ଟି ଅଧ୍ୟାୟର(୪୫ ମିନିଟ୍ ଲେଖାଏଁ) ଏହି ଧାରାବାହିକ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୭ଟାରେ ପ୍ରସାରଣ ହେଉଛି ।
୩. ବ୍ୟୋମକେଶ ବକ୍ସି: ୫୨ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ପୂର୍ବାହ୍ନ ୧୧ଟା ବେଳେ ୧ ଘଂଟା ଲେଖାଏଁ ପ୍ରସାରଣ ହେଉଛି ।
୪. ସର୍କସ: ଶାହରୁଖ ଖାନ୍ ଅଭିନୀତ ୧୯ଟି ଅଧ୍ୟାୟର ଏହି ଧାରାବାହିକ ସନ୍ଧ୍ୟା ୮ଟା ବେଳେ ପ୍ରସାରଣ ହେଉଛି ।
୫. ହମ୍ ହେଁ ନା: ୬୦ଟି ଅଧ୍ୟାୟର ଏହି ଧାରାବାହିକ ୨୦୨୦ ମାର୍ଚ୍ଚ ୨୮ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି ୧୦ଟାରେ ପ୍ରସାରଣ ହେଉଛି ।
୬. ତୁ ତୋତା ମେଁ ମୈନା: ୨୬ଟି ଅଧ୍ୟାୟର ଏହି ଧାରାବାହିକ ୨୦୨୦ ମାର୍ଚ୍ଚ ୨୮ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି ୧୦.୩୦ରେ ପ୍ରସାରିତ ହେଉଛି ।
ସେହିପରି କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ ଅଧୀନରେ ଡିଡି ଚ୍ୟାନେଲ ସମେତ ଲୋକସଭା ଓ ରାଜ୍ୟସଭା ଚ୍ୟାନେଲ ଦେଖାଇବା ନିମନ୍ତେ ଡିଟିଏଚ/କେବୁଲ ଅପରେଟରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ଚ୍ୟାନେଲଗୁଡ଼ିକ ନ ଦେଖାଇଲେ ସେମାନଙ୍କ ବିରୋଧରେ ଆଇନର ଧାରା ୧୧, ୧୨ ଓ ୧୮ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯଦି ଦର୍ଶକମାନେ ସେମାନଙ୍କ ପସନ୍ଦର ଡିଡି ଚ୍ୟାନେଲ ଦେଖିବାରେ ଅସମର୍ଥ ହେଉଛନ୍ତି, ସେମାନେ ଏ ସମ୍ପର୍କରେ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ରର ଷ୍ଟେସନ ମୁଖ୍ୟଙ୍କୁ କିମ୍ବା ଇ-ମେଲ କରି ଅଭିଯୋଗ କରିପାରିବେ । ଏ ସମ୍ପର୍କିତ ଏକ ଚିଠି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ