ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଭିଡ-୧୯ ଭିଡିଓ କନ୍‌ଫରେନ୍ସି

ନୂଆଦିଲ୍ଲୀ : କୋଭିଡ-୧୯କୁ ନେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ୱ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଏବଂ ଇସ୍ପାତ ମନ୍ତ୍ରଣାଳୟ ଅନ୍ତର୍ଗତ ସିପିଏସ୍‌ଇର ଅଧିକାରୀମାନଙ୍କ ସହ ଏକ ଭିଡିଓ କନଫରେନ୍ସିଂ କରିଛନ୍ତି । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମ୍ମିଳନୀରେ କେତେକ ନିଷ୍ପତି ନିଆଯାଇଛି । ସମସ୍ତ ସରକାରୀ ଉଦ୍ୟୋଗ, ସରକାର ଜାରି କରିଥିବା ସାମାଜିକ ଦୂରତ୍ୱ ନିୟମାବଳୀକୁ ମାନିବେ । ସରକାରୀ ଉଦ୍ୟୋଗଗୁଡ଼ିକ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ଇସ୍ପାତ ପ୍ରାଧିକରଣ)ର କର୍ମଚାରୀମାନେ ରହୁଥିବା ସ୍ଥାନରେ ଆବଶ୍ୟକ ହେଲେ ନିୟମାବଳୀ ସଂପର୍କରେ ଅବଗତ କରାଇବା ସହ କଲ୍ୟାଣମୂଳକ କାର୍ଯ୍ୟ କରିପାରିବେ । ଏହି ପରିପ୍ରେକ୍ଷୀରେ ଦାଦନ ଶ୍ରମିକ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ପାଇଁ ଅନ୍ନଦାନ ଯୋଜନାକୁ ସେମାନେ ଖୁବଶୀଘ୍ର ହାତକୁ ନେଇପାରିବେ । ଉଦ୍ୟୋଗଗୁଡ଼ିକ ସିଏସଆର ପାଣ୍ଠିରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ସହାୟତା ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ