ଆରସେଲର ମିତଲ-ନିପ୍ପନ ଷ୍ଟିଲ୍‌-ଏଚ୍‌ଏମ୍‌ଇଏଲ୍ ପକ୍ଷରୁ ପିଏମ୍‌-କେୟାର ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ଆରସେଲର ମିତଲ, ନିପ୍ପନ ଷ୍ଟିଲ୍ ଏବଂ ଏଚ୍‌ଏମ୍‌ଇଏଲ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ସିଟିଜେନ୍ ଆସିଷ୍ଟାନ୍ସ୍ ଆଣ୍ଡ ରିଲିଫ୍ ଇନ୍ ଏମ୍ରଜେନ୍ସି ସିଚ୍ୟୁଏଶନ୍‌(ପିଏମ୍‌-କେୟାର)ପାଣ୍ଠିକୁ ମିଳିତ ଭାବେ ୧୦୦ କୋଟି ଟଙ୍କା ଦାନ କରାଯାଇଛି ବୋଲି ଶ୍ରୀ ଲକ୍ଷ୍ମୀ ଏନ୍‌. ମିତଲ ସୂଚନା ଦେଇଛନ୍ତି । ଭାରତରେ ଜନସଂଖ୍ୟା ଅଧିକ ଏବଂ ଏଭଳି ସ୍ଥିତିରେ ଦେଶର ବିକାଶ କାର୍ଯ୍ୟ ବ୍ୟାହତ ହୋଇଛି । ଏପରିସ୍ଥଳେ ସରକାର, ବିଭିନ୍ନ କମ୍ପାନୀ ଏବଂ ଦେଶର ନାଗରିକ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହି ମହାମାରୀର ମୁକାବିଲା ଲାଗି ସଭିଏଁ ଆଗେଇ ଆସିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଆରସେଲର ମିତଲ, ନିପ୍ପନ ଷ୍ଟିଲ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ତଥା ମିତଲ ଏନର୍ଜି ଇନଭେଷ୍ଟମେଂଟ୍‌ର ଅଂଶୀଦାର ଏଚ୍‌ଏମ୍‌ଇଏଲ୍ ପକ୍ଷରୁ ମିଳିତ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଏହା ସହିତ ପ୍ରତିଦିନ ୫,୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଉଛି ଏବଂ ଇତିମଧ୍ୟରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ କିଟ୍ ଯୋଗାଇ ଦିଆଯାଇଛି । ସେହିପରି ଉତ୍ପାଦନ ଅଂଚଳରେ ଆମ୍ବୁଲାନ୍ସ୍ ସେବା ଏବଂ କେୟାର ସେଂଟର ସୁବିଧା ଉପଲବ୍ଧ କରାଯାଇଛି । ପ୍ଲାଂଟ୍ ଅଂଚଳରେ ଲୋକଙ୍କୁ ସାନିଟେଶନ୍ କିଟ୍ ଏବଂ ପିପିଇ ଯୋଗାଇ ଦିଆଯାଇଛି । ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯିବାର ଘୋଷଣା କରାଯାଇଛି । ପୃଥିବୀର ଏହି ସଙ୍କଟ ସମୟରେ ବ୍ୟକ୍ତି ବିଶେଷ, ସଂଗଠନ ଏବଂ କମ୍ପାନୀ ଆବଶ୍ୟକ ସହାୟତା ସେବା ଯୋଗାଇ ଦେଉଥିବାବେଳେ ଆମ କମ୍ପାନୀ ଏହି କ୍ଷେତ୍ରରେ ଯଥାସାଧ୍ୟ ସହାୟତା ଉପଲବ୍ଧ କରାଇବା ପାଇଁ ଉଦ୍ୟମ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଏହି ସଙ୍କଟ ସମୟରେ ମିଳିତ ଭାବେ ଆମେ କାମ କଲେ ନିଶ୍ଚିତ ଭାବେ ସଫଳତା ହାସଲ କରିବା । ଭାରତରେ ବହୁ ନାଗରିକ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେମାନଙ୍କ ପ୍ରତି ଆମେ ସମର୍ଥନ ତଥା ସମ୍ମାନ ଜଣାଉଛୁ ବୋଲି ଶ୍ରୀ ମିତଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ