ଅତ୍ୟାବଶ୍ୟକ ସମାଗ୍ରୀ ଗାଁ ଗାଁରେ ପହଞ୍ଚାଇବ ଜୟ ମା’ ଉଜେଳଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଛତ୍ରପୁର : କୋରନା ସାରା ବିଶ୍ୱରେ ଡେଣା ମେଲାଇ କାୟା ବିସ୍ତାର କରି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଏହି ବିଶ୍ୱ ମହାମାରୀ କୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ମହାମାରୀ ଯେପରି ଲୋକଙ୍କୁ ଆକ୍ରାନ୍ତ ନ କରିବ ସେଥିପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛ ଏବଂ କେତକ କଟକଣା ଜାରି କରାଯାଇଛି । ଆବଶ୍ୟକ ନଥିଲେ ଘରୁ ନବାହାରିବା ନିମନ୍ତେ ମଧ୍ୟ କୁହାଯାଇଛି । ପୁଲିସ ନୀୟମିତ ପେଟ୍ରୋଲିଂ କରୁଛନ୍ତି । ଛକ ଛକ ରେ ଜଗି ରହି ଲୋକମାନଙ୍କୁ ସଚେତନତା କରୁଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ପୈାରାଚଂଳରେ ଲୋକମାନେ କିପରୀ ସୁବିଧାରେ ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ ଘରେ ରହି ପାଇପାରିବେ ସେଥିନିମନ୍ତେ ଭେଣ୍ଡର ମାନଙ୍କୁ ସାମିଲ କରାଯାଇ ହୋମ ଡେଲିଭେରି ର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଲୋକାମାନେ ଘରେ ରହିପାରିବେ ଅଯଥାରେ ବାହାରକୁ ବାହାରିବେ ନାହିଁ । ଏନେଇ ଶୁକ୍ରବାର ଗାଁ ଗାଁରେ ଲୋକେ କିପରି ସୁବିଧାରେ ପାଇପାରିବେ ସେଥି ନିମନ୍ତେ ଛତ୍ରପୁର ବ୍ଲକର ଗୋଟିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଛି । ଲକ୍‌ଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ନିର୍ଦ୍ଧାରିତ ସମୟରେ ଦୋକାନ ଗୁଡିକରେ ଭିଡ ପରିଲିକ୍ଷିତ ହେଉଛନ୍ତି । ତେବେ ଏହାର ନିୟନ୍ତ୍ରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମିସନ୍‌ଶକ୍ତି ଜରିଆରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀମାନେ ଏବେ ଗାଁ ଗାଁରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଛତ୍ରପୁର ବ୍ଲକ କାଳିଆବାଲି ଜୟମା’ ଉଜେଳଶ୍ୱରୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଆଜିଠୁ ପଞ୍ଚାୟତ ଗୁଡିକରେ ଆଳୁ, ପିଆଜ, ତେଜରାତୀ ସାମଗ୍ରୀ ପହଞ୍ଚାଇବା ଦିଗରେ ପଦକ୍ଷେପ ନେଇଛି । ଆଜି ଶ୍ରୀରାମଚନ୍ଦ୍ରପୁର ଓ ଚମାଖଣ୍ଡି ପଞ୍ଚାୟତର ବିଭିନ୍ନ ଗାଁ ଗାଁ ବୁଲି ଅତ୍ୟାବଶ୍ୟକ ସାମଗ୍ରୀକୁ ସୁଲଭ ଦରରେ ଲୋକଙ୍କ ଠାରେ ପହଞ୍ଚାଇଛନ୍ତି । ମହିଳା ଗୋଷ୍ଠୀ ପକ୍ଷରୁ ହ୍ୱାଟସପ୍ ନମ୍ବର ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଆଜି ସ୍ୱୟ ସହାୟକ ମହିଳା ଗୋଷ୍ଠୀର ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଗାଡିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ ନିଜେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ମିସନ୍ ଶକ୍ତିର ଜିଲ୍ଲା ସଂଯୋଜକ ଶାଶ୍ୱତ କୁମାର ସାହୁ, ବ୍ଲକ ସଂଯୋଜିକା ସପ୍ନା ପାତ୍ର, ଜୟମା’ ଉଜେଳଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି କେ.କୁନି ରେଡ୍ଡୀ, ସଂପାଦିକା ଏସ୍‌.ଗୌରାମ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ