ଆଜିଠାରୁ ଆରମ୍ଭ ହେଲା ଝାରସୁଗୁଡା ବିମାନ ବନ୍ଦର ସେବା

ଝାରସୁଗୁଡା (ଯୁଗାବ୍ଦ ନ୍ୟୁଜ) ଆଜିଠାରୁ ଆରମ୍ଭ ହେଲା ବିମାନ ବନ୍ଦର ସେବା । ପ୍ରଥମେ ଭୁବନେଶ୍ୱରରୁ ଝାରସୁଗୁଡା ବିମାନ ଉଡାଣ ଭରିଥିବାବେଳେ ପୁଣିଥରେ ଝାରସୁଗୁଡାରୁ ଭୁବନେଶ୍ୱର ଫେରିଥିଲା ଏଟିଆର-୭୨ ବିମାନ । ସୁଚନାମିଳୁଛି ଯେ, ଆଜିଠାରୁ ନିୟମିତ ଭାବେ ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡାଣ ଜାରି ରହିବ । ଆଜି ୭୨ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଠାରୁ ଝାରସୁଗୁଡା ପର୍ଯନ୍ତ୍ୟ ବିମାନଟି ଉଡାଣ ଭରିଥିଲା । ଆଜି ଉଦଘାଟନୀ ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ