କାଶ୍ମୀରରେ ଅଜିତ ଡୋଭାଲ

ଜାମ୍ମୁକାଶ୍ମୀର ର ସମସ୍ୟାର ସମାଧାନ ପାଇଁ ଏବେ ଆକସନ ମୁଡରେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆତଙ୍କବାଦୀ ନିପାତ ଓ କିପରି ଭାବେ ଆତଙ୍କବାଦ କୁ ହ୍ରସ କରାଯାଇପାରିବ ସେ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଏହା ସହିତ ଆଗକୁ ଥିବା ଅମରନାଥ ଯାତ୍ରା ସର୍ମ୍ପକରେ ଯେମିତିି ସୁରକ୍ଷା ରେ କିଛି ତ୍ରୁଟି ନ ରହିଯାଏ ସେ ବିଷୟ ରେ ଆଲୋଚନା ହେବା ସହିତ ଆଗକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କୁ କିପରି କଡାକଡି କରାଯିବ ସେ ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି ।ଜୁନ ୨ ତାରିଖରେ ପୁଣିଥରେ ନିଜ ପଦବୀରେ ନିଯୁକ୍ତି ହେବା ସହ କ୍ୟବିନେଟ ର‌୍ୟାଙ୍କ ପାଇବା ପରେ ଏହା ତାଙ୍କ ର ପ୍ରଥମ ବøଠକ ।ଏଥିରେ ଉପସ୍ଥିତ ରହିବେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ଙ୍କ ପରାମର୍ଶ ଦାତା ବିଜୟ କୁମାର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ , ସ୍ଥଳ ସେନା ମୁଖ୍ୟ ବିପିନ ରାୱତ ,ସିଆରପିଏଫ ଡିଜି ଆରଆର ଭଟ୍ଟାନାଗର ଏବଂ ରାଜ୍ୟ ପୋଲିସ ଡିଜିପି ଦିଲବଗ ସିଂ ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ