ଦୁଇ ଡମ୍ଫର ମଧ୍ୟରେ ଧକ୍କା, ଡ୍ରାଇଭର ଗୁରୁତ୍ୱର

ପାରାଦୀପ,(ପିତବାସ ପ୍ରଧାନ):ସାରା ଦେଶରେ ଲକ୍ ଡାଉନ ନିୟମ ଲାଗୁ ହୋଇଥିବା ବେଳେ ପାରାଦିପ ବନ୍ଦର ଓ ପି, ଆଇ ସି ,ଟି ସ୍ବାଭାବିକ ଭାବେର ଚାଲୁ ରହିଛି। ବନ୍ଦର ମଧ୍ଯରେ ଶହ ଶହ ସଂଖ୍ୟାରେ ଡ୍ରମ୍ପର ପଣ୍ୟ କାରବର କରୁଛନ୍ତି। ଯାହା ଫଳରେ ଆଜି ଦୁଇ ଡ୍ରମ୍ପର ମଧ୍ଯରେ ଧକ୍କା ହୋଇଛି। ଆଗ ପଛ ହୋଇ ଦୁଇଟି ଡ୍ରମ୍ପର କାର୍ଯ୍ୟ କରୁଥିବା ବେଳେ ହଠାତ୍ ଆଗ ଡ୍ରମ୍ପର ବ୍ରେକ୍ ଦେବାରୁ ପଛ ଡ୍ରମ୍ପର ଆଗ ଡ୍ରମ୍ପରକୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା। ଯାହା ଫଳରେ ଡ୍ରମ୍ପରର ଷ୍ଟିୟରି ଡ୍ରାଇଭରର ତଳି ପେଟ ଓ ଛାତିରେ ମାଡ ହେବା ଫଳରେ ଡ୍ରାଇଭର ଜଣକ ଗୁରୁତ୍ବର ଆହତ ହୋଇଛନ୍ତି। ତୁରନ୍ତ ଆହତ ଡ୍ରାଇଭର ଜଣକୁ ଅଠରବାଙ୍କି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଛି। ଆହତ ଡ୍ରାଇଭରର ନାମ ଅମୀୟ ସାହୁ, ସେ ଅଠରବାଙ୍କି ଲକ୍ ପାର ବାସିନ୍ଦା ବୋଲି ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ