ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା

ଚଳିତ କ୍ରିକେଟ ବିଶ୍ବକପ୍ରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କୁ ଚଳିତ ବିଶ୍ବକପ୍ର ଫେଭରିଟ୍ ତାଲିକାରେ କ୍ରିକେଟ ବିଶେଷଜ୍ଞ ରଖିନାହାନ୍ତି ସତ; ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ୍ ଜିତିବା ସହ ସେମିଫାଇନାଲ ଆଡ଼କୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛନ୍ତି। ଆଇସିସି ଦିନିକିଆ ମାନ୍ୟତାରେ ବାଂଲାଦେଶ ଉପରେ ଶ୍ରୀଲଙ୍କା ଥିଲେ ହେଁ ଅଦ୍ୟାବଧି ପ୍ରଦର୍ଶନ ଅନୁସାରେ ବାଂଲାଦେଶ ଆଗରେ ରହିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚ୍ରେ ପରାସ୍ତକରି ବିପର‌୍ୟ୍ୟୟ ଘଟାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା। ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଢ଼େଇ କରିଥିଲେ ହେଁ ବାଂଲାଦେଶ ପରାସ୍ତ ହୋଇଥିଲା।ଅନ୍ୟପକ୍ଷରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କା ତା’ର ଅଭିଯାନ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର‌୍ୟ୍ୟୟ ଭୋଗି ଶ୍ରୀଲଙ୍କା ମାତ୍ର ୧୩୬ ରନ୍ରେ ଅଲ୍ଆଉଟ ହୋଇ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଛାଡ଼ି ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚ୍ରେ ରନ୍ କରି ପାରିନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ